ବନ୍ଦ ହୋଇଯିବ UPI !

ଆଜିକାଲି ଅଧିକାଂଶ ଲୋକ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ପ୍ରାୟ ବ୍ୟବହାର କରୁଛନ୍ତି। ଛୋଟ ପାନ ଦୋକାନଠାରୁ ଆରମ୍ଭକରି ବଡ ମଲ କିମ୍ବା ହୋଟେଲରେ ମଧ୍ୟ ୟୁପିଆଇ ପେମେଣ୍ଟର ବ୍ୟବହାର କରାଯାଉଛି। ନିକଟରେ UPI କାରବାର ଉପରେ ସରକାର ଟ୍ୟାକ୍ସ ଲଗାଇ ପାରନ୍ତି ବୋଲି ଖବର ଆସିଥିଲା। କିନ୍ତୁ ଏକ ସର୍ଭେ ଏଜେନ୍ସି ଦାବି କରିଛି ଯେ, ଯଦି UPI ରେ ଟ୍ୟାକ୍ସ ଲାଗେ ତେବେ ମୋଟ୍ ଉପଭୋକ୍ତାଙ୍କ ମଧ୍ୟରୁ ମୋଟ୍ ୨୨ ପ୍ରତିଶତ ଲୋକ ଟ୍ୟାକ୍ସ ପରେ ବି ୟୁପିଆଇ ବ୍ୟବହାର କରିବାକୁ ସହମତି ପ୍ରକାଶ କରିଛନ୍ତି। କିନ୍ତୁ ୭୫ପ୍ରତିଶତ ଲୋକ କହିଛନ୍ତି ଯେ ଯଦି ଶୁଳ୍କ ଲାଗୁ ହୁଏ, ତେବେ ସେମାନେ UPI ବ୍ୟବହାର କରିବା ବନ୍ଦ କରିଦେବେ। ଯଦି ଅଧିକାଂଶ ଲୋକ UPI ରେ ଟ୍ୟାକ୍ସ ଲାଗିବା ପରେ ଏହାକୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତି ତେବେ ଭବିଷ୍ୟତରେ UPI ବନ୍ଦ ହୋଇଯିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *