ମମତାଙ୍କୁ ଆତଙ୍କୀ ସଂଗଠନର ଆହ୍ୱାନ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତଙ୍କବାଦୀଙ୍କ ବଡ ଆହ୍ୱାନ। ପଶ୍ଚିମବଙ୍ଗକୁ ମୋଦିଙ୍କ ଶାସନରୁ ସମ୍ପୂର୍ଣ ରୂପରେ ମୁକ୍ତ କରିବା ସହ ଏହାର ସ୍ୱାଧୀନତା ଘୋଷଣା କରିବା ପାଇଁ ମମତା ବାନାର୍ଜୀଙ୍କୁ କହିଛି ବାଂଲାଦେଶୀ ଆତଙ୍କବାଦୀ ଜଶିମୁଦ୍ଦିନ ରହମାଣି ହଫି। ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଲିଙ୍କ ରଖିଥିବା ଅନସାରୁଲ୍ଲା ବଙ୍ଗଳା ଟିମର ମୁଖ୍ୟ ଜଶିମୁଦ୍ଦିନ ଧମକ ଦେଇ କହିଛି ଯେ ଭାରତକୁ ଭଙ୍ଗା ଯିବ ଓ ଦିଲ୍ଲୀରେ ଇସଲାମିକ ପତାକା ନିଶ୍ଚିତ ଭାବେ ଉଡ଼ିବ। ମିଳିଥିବା ସୂଚନା ଅନୁସାରେ, ଜଶିମୁଦ୍ଦିନ ଗୋଟିଏ ଭିଡିଓ ରିଲିଜ କରି ଏପରି ଚେତାବନୀ ମମତାଙ୍କୁ ଦେଇଛି। ଏହି ଭିଡିଓଟି ଗୋଟିଏ ହସ୍ପିଠାଲର ୱାର୍ଡରେ ରେକର୍ଡ କରାଯାଇଛି ଏବଂ ଏହି ଭିଡିଓଟି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଶୁଟ ହୋଇଥିବା ଜଣାପଡିଛି । କାରଣ ସେହି ଭିଡିଓରେ ଶେଖ ହସିନାଙ୍କ ସରକାର ପତନ ହେବାର ମାସେ ପୂରିବା କଥା କହୁଛି। ଜଣେ ବ୍ଲଗରଙ୍କୁ ହତ୍ୟା କରିବା ଘଟଣାରେ ଜଶିମୁଦ୍ଦିନ ଦୀର୍ଘ ୫ ବର୍ଷ ହେଲା ଜେଲରେ ରହିଥିଲା। ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନରେ ଜଶିମୁଦ୍ଦିନ ଜେଲରୁ ଖଲାସ ହୋଇଥିଲା। ବିଦ୍ରୋହୀ ମତାମତ ଓ ପାକିସ୍ତାନର ବିଭିନ୍ନ ଆତଙ୍କୀ ସଂଗଠନ ସହ ଲିଙ୍କ ରଖିଥିବା ଜଶିମୁଦ୍ଦିନ ପଶ୍ଚିମବଙ୍ଗକୁ ଭାରତରୁ ଅଲଗା କରିବା ପାଇଁ ଆହ୍ୱାନ ଦେବା ସହ ସମଗ୍ର ଭାରତରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ହେବ ବୋଲି କହିଛି।

Leave a Reply

Your email address will not be published. Required fields are marked *