ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ବଢ଼ିଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର, ୧୧/୦୯: ଆସିଲା ବଡ ଖବର | ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା | ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ | ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ପୂର୍ବ ସରକାର ସମୟରେ ୪ ଲକ୍ଷ ତାଙ୍କ ମିଳୁଥିବା ବେଳେ ବର୍ତମାନ ମୋହନ ସରକାର ଏହାକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି | ପୂର୍ବରୁ ପାଉଥିବା ସହାୟତା ରାଶିରେ ଆଉ ୨ ଲକ୍ଷ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ | ଏଣିକି ୬ ଲକ୍ଷ ସହାୟତା ରାଶି ପାଇବେ ନିର୍ମାଣ ଶ୍ରମିକ |

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ପୂର୍ବରୁ ପଞ୍ଜିକୃତ କୌଣସି ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ପୂର୍ବ ସରକାର ସମୟରେ ୪ ଲକ୍ଷ ଟଙ୍କା ମିଳୁଥିବା ବେଳେ ମୋହନ ସରକାର ଏହାକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ସ୍ୱଭାବିକ ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *