ଚାଷୀ ମାନଙ୍କ ପାଇଁ ଆସିଲା ଏକ ବଡ ଖବର। ନୂଆଁଖାଇରେ ଚାଷୀ ମାନଙ୍କୁ ବଡ ଉପହାର ଦେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ଆରମ୍ଭ କରିଥିବା ସିଏମ୍ କିଶାନ ଯୋଜନାର ଶୁଭାରମ୍ଭ ଗଣପର୍ବ ନୂଆଁଖାଇରେ ହେବାକୁ ଯାଉଛି।ଏଥିପାଇଁ ଆସନ୍ତା 8 ତାରିଖରେ ସମ୍ବଲପୁରରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ରାଜ୍ୟର ସମସ୍ତ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ଅକ୍ଷୟ ତୃତୀୟା ଏବଂ ନୂଆଁଖାଇରେ ବର୍ଷକୁ ଦୁଇଟି କିସ୍ତିରେ ଚାଷୀମାନେ ଦୁଇ ହଜାର ଲେଖାଏଁ ମୋଟ ୪ ହଜାର ଟଙ୍କା ପାଇବେ। ଭୂମିହୀନ ଚାଷୀମାନଙ୍କୁ ତିନିଟି କିସ୍ତିରେ ମୋଟ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ରାଜ୍ୟର ମୋଟ ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ , ୧୯ ଲକ୍ଷ ୧୨ ହଜାର ୧୨୨ ଜଣ ଭୂମି ହୀନ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାରେ ଟଙ୍କା ମିଳିବ । ଏହି ସିଏମ୍ କିଷାନ ଯୋଜନା ସମ୍ପର୍କରେ ଗତ ସପ୍ତାହରେ ବିଧାନସଭାରେ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।