କ୍ୟାମ୍ପସରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର : ଭୁବନେଶ୍ୱର IIT କ୍ୟାମ୍ପସରେ ଘଟିଛି ଏକ ଅଭାବନୀୟ ଘଟଣା। ଉକ୍ତ କ୍ୟାମ୍ପସରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ଦିଲ୍ଲୀରେ ବୋଲି ଜଣାପଡିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ କ୍ୟାମ୍ପସ ଭିତରେ ଥିବା ହଷ୍ଟେଲ ନିକଟରେ ଜୋରରେ ଶବ୍ଦ ହୋଇଥିଲା। ଏହି ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ସମେତ ଅନ୍ୟ ଅଧିକାରୀମାନେ ଯାଇ ଘଟଣାସ୍ଥଳରେ ପହଞ୍ଚି ଦେଖିଲାବେଳକୁ ଛାତ୍ରୀଜଣଙ୍କ ତଳେ ପଡ଼ିଥିଲେ। ସେଠାରୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ ହଷ୍ଟେଲ କର୍ମଚାରୀ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ବିଷୟରେ ପୁଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ଦିଲ୍ଲୀରୁ ଆସୁଥିବା ପୋଲିସ ସୂଚନା ଦେଇଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି। ଅନ୍ୟପଟେ ଛାତ୍ରୀଜଣଙ୍କ କାହିଁକି ଆତ୍ମହତ୍ୟା କଲେ ଏହା ପଛର କାରଣ କ’ଣ ସେ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *