ଉବୁଟୁବୁ ରାଜଧାନୀ

ଦିଲ୍ଲୀ : ଲଗାଣ ବର୍ଷାରେ ରାଜଧାନୀ ଦିଲ୍ଲୀର ସ୍ଥିତି ପୂରା ବେହାଲ। ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏବେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିଶେଷକରି ଦିଲ୍ଲୀର ଧୌଲାକୂଆଁ, କନ୍ନଟ ପ୍ଲେସ, ନେହେରୁ ପ୍ଲେସ ଆଦି ଅଞ୍ଚଳରେ ବର୍ତମାନ ଜଳ ନିଷ୍କାସନ ହୋଇ ନ ପାରିବାରୁ ଟ୍ରାଫିକ ବ୍ୟବସ୍ଥାରେ ଗମ୍ଭୀର ସମସ୍ୟା ଉପୁଜୁଛି । ଯାହାଫଳରେ ରାସ୍ତାରେ ହଜାର ହଜାର ଗାଡ଼ି ଅଟକିବା ଯୋଗୁଁ ଲୋକମାନେ ନାହିଁ ନଥିବା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ମଧ୍ୟ ଆଲର୍ଟ ଜାରି ହୋଇଛି । ରାସ୍ତାରେ ଏବେ ଆଣ୍ଠୁଏ ଉଚ୍ଚର ପାଣି ଥିବାରୁ ମୋଟରସାଇକେଲ, କାର ଭଳି ଗାଡି ମଧ୍ୟ ଅଧା ବୁଡିଯାଉଛି । ଜାତୀୟ ରାଜପଥରେ ପାଣି ଜମି ରହିଥିବାରୁ ପମ୍ପ ଦ୍ବାରା ଜଳ ନିଷ୍କାସନ କରାଯାଉଛି। ଦିଲ୍ଲୀରେ ଆଜିକୁ ୨୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଏହା ଗତ ୧୪ ବର୍ଷ ଭିତରେ ଲମ୍ବା ବର୍ଷାର ଅବଧି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *