ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ

ଭୁବନେଶ୍ୱର : ଚଳିତ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶୃତି ପାଳନ କରିଛି। ନୂଆ ସରକାର ଗଠନ ହେବାପରେ ବହୁ କଳ୍ପନା ଜଳ୍ପନା ପରେ ଶେଷରେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟସରକାର । ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଆଜି ‘ସୁଭଦ୍ରା’ ପୋର୍ଟାଲର ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୋର୍ଟାଲରେ ସୁଭଦ୍ରା ଯୋଜନାର ସମସ୍ତ ସୂଚନା ଉପଲବ୍ଧ ହେବା ସହ ମହିଳାମାନେ ଯେ କୌଣସି ତଥ୍ୟ ଏଥିରେ ଜାଣିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସୁଭଦ୍ରା ପୋର୍ଟାଲ subhadra.odisha.gov.in ରେ ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ୪ ତାରିଖରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବା ସହ ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହିତ ଦାଖଲ କରିବେ ବୋଲି ପ୍ରଭାତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *