ମୋଦିଙ୍କ ଜନ୍ମଦିନରେ ହେବ ଟଙ୍କା ବର୍ଷା।

୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଓଡ଼ିଶାରେ ହିତାଧିକାରୀଙ୍କୁ ଆବାସର ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଓଡ଼ିଶାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯିବ। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି ।


ପ୍ରଧାନମନ୍ତ୍ରୀ ଏହା ଓଡ଼ିଶାରୁ ଆରମ୍ଭ କରିବା ରାଜ୍ୟ ପାଇଁ ସୌଭାଗ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ହିତାଧିକାରୀ ଚୟନରେ ଭୁଲ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହିତାଧିକାରୀ ଚୟନ ପାଇଁ ଗ୍ରାମ ସଭା, ପଲ୍ଲୀସଭାକୁ ଆଧାର କରାଯାଇଛି। ଯୋଗ୍ୟ ଲୋକ ହିଁ ଘର ପାଇବେ ଏହା ବିଶ୍ୱାସ ବୋଲି ମନ୍ତ୍ରୀ କହିଛନ୍ତି।

ଏହାସହିତ ମହିଳାଙ୍କ ଆକାଉଣ୍ଟକୁ ଯିବ  ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । 

Leave a Reply

Your email address will not be published. Required fields are marked *