ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ l ଆସନ୍ତା ୨୨ ତାରିଖ ଠୁ ଏହି ଅଧିବେଶନ ଆରମ୍ଭ ହେବାକୁ ଯାଉଛି l ଏହା ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆସନ୍ତା ୨୨ ରୁ ୩୧ ତାରିଖ ଯାଏଁ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅଗଷ୍ଟ ୨୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ହେବ । ଆଉ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଖୁବ କଡାକଡି ହୋଇଛି l ବିଧାନସଭା ଚାଲୁଥିବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଲଗ୍ନ ରାସ୍ତାମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଏବଂ ପୋଲିସ କମିଶନରେଟ ଭୁବନେଶ୍ବର କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ଓ ରେଗୁଲେଶନ ୨୦୦୮ ଧାରା ୩୬ ଅନୁସାରେ ବିଭିନ୍ନ କଟକଣା ଲାଗୁ ହୋଇଛି।