ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୨୦/୦୭: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି | ଆସନ୍ତା ୨୨ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ | ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ୨୨ ରୁ ଆରମ୍ଭ ହେଉଥିବାରୁ ସେହିଦିଅଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବନି | ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଏହି ସୂଚନା ପ୍ରଦାନ କରାଯାଇଛି |

ସୂଚନା ଅନୁଯାୟୀ, ରାଜ୍ୟରେ ନୂଆ ସରକାର ଗଠନ ପରେ ଗତ ୧ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗ ନିଜେ ଶୁଣିବା ସହ ଏଗୁଡିକର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି | ପ୍ରତି ସୋମବାର ଏହି ଅଭିଯୋଗ ଶୁଣାଣି ହେବାକୁ ଥିବା ବେଳେ ଆସନ୍ତା ସୋମବାର ଏହା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *