କୋଲକାତା : ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଅଭୟାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୪୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତର ସଂଘ ଆଜି ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଡାକ୍ତର ମାନେ ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗଦେବା ସହିତ OPDରେ ସେବା ଯୋଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ଦୋଷୀଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ସେମାନଙ୍କର ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ସଂଘ କହିଛି। ପଶ୍ଚିମବଙ୍ଗର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଭୟା କ୍ୟାମ୍ପ୍ ନାଁରେ ଏକ କ୍ୟାମ୍ପ କରି ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଜୁନିଅର ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦରେ ଥିବା ଆରଜି କର ମେଡିକାଲ୍ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନକୁ ବାତିଲ କରିଛି ପଶ୍ଚିମବଙ୍ଗ ମେଡିକାଲ୍ କାଉନସିଲ୍ । ଆର୍ଥିକ ଦୁର୍ନୀତି ମାମଲାରେ ପୂର୍ବରୁ ସନ୍ଦୀପଙ୍କୁ ଗିରଫ କରି ସାରିଛି CBI ।