ଅଲିମ୍ପିକ୍ସରେ ଜାରି ରହିଛି ମନୁ ମ୍ୟାଜିକ

ଚଳିତ ଥର ପ୍ୟାରିସ ଅଲିମ୍ପିକ୍ସ ସୁଟିଂ ରେଞ୍ଜରେ ଜାରି ରହିଛି ମନୁ ମ୍ୟାଜିକ । ଭାରତର ଷ୍ଟାର୍ ସୁଟର ମନୁ ଭାକର ଦେଶ ପାଇଁ ଚଳିତ ଅଲିମ୍ପିକ୍ସରେ ଆଉ ଏକ ପଦକ ବିଜୟ ଆଡ଼କୁ ଅଗ୍ରସର ହୋଇଛନ୍ତି । ଏହା ପୂର୍ବରୁ ସେ ୨ଟି ପଦକ ହାସଲ କରିଥିବା ବେଳେ ଏବେ ମନୁ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି। ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିବା ସହ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେଣୁ ସେ ସିଧାସଳଖ ଭାବରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ଭେଟି ଦେଇଥିଲେ । ଏହାପରେ ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କୁ ସାଥୀ କରି ବ୍ରୋଞ୍ଜ ମଧ୍ୟ ଜିତିଥିଲେ ମନୁ ।

Leave a Reply

Your email address will not be published. Required fields are marked *