୪ ଦିନ ପ୍ରବଳ ବର୍ଷା, ଏହି ସ୍ଥାନ ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି..

ଭୁବନେଶ୍ୱର, ୨୭/୦୭: ଆସୁଛି ପୁଣି ଏକ ଲଘୁଚାପ l ଆସନ୍ତା ଚାରି ଦିନ ପ୍ରବଳ ବର୍ଷିବ l ଭିଜିବ ଓଡିଶା l ଆଗାମୀ ଚାରି ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛନ୍ତି l ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଭାଗ କେନ୍ଦ୍ର।

ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଓ ନୟାଗଡ଼କୁ ୟେଲୋ ଜୋନରେ ରଖିଥିବାରୁ, ଏହି ସବୁ ଜିଲ୍ଲାରେ ପ୍ରବଳରୁ ଆସ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆସନ୍ତା ୩୧ ଯାଏଁ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବାର ପୂର୍ବାନୁମାନ କରାଯାଉଥିବାରୁ ମତ୍ସ୍ୟଜୀବୀଙ୍କୁ ବି ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି l

ସେପଟେ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ । ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ l ବୁଡ଼ିଛି ରାସ୍ତା, ଘରେ ପଶିଛି ପାଣି । ପରିସ୍ଥିତି ଏମିତି ହୋଇଛି କି ବନ୍ୟା ଭଳି ସ୍ଥିତି ଉପୁଜିଛି । ଶାନ୍ତି ପଥ ଅଞ୍ଚଳ ଯେଉଁଠି ଅନ୍ୟ ଦିନରେ ଚକାଚକ୍ ରାସ୍ତା ଥାଏ ଆଜି ପାଣିରେ ବୁଡ଼ି ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି । ଦୂର ଦୂର ଯାଏଁ ରାସ୍ତା ଦେଖାଯାଉନି । ତା’ସହ ଅନେକ ତଳିଆ ଅଞ୍ଚଳ ପାଣିରେ ଏବେ ବୁଡ଼ି ଯାଇଛି।

Leave a Reply

Your email address will not be published. Required fields are marked *