ବଦଳିଲା ରାଜଧାନୀର ନାମ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ବିଧିବଦ୍ଧ ଭାବରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରାଯାଇ ‘ଶ୍ରୀ ବିଜୟପୁରମ୍’ ନାମ ରଖାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଏ ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି। ଅମିତ ଶାହ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଇଂରେଜ ମାନଙ୍କର ଦାସତ୍ୱର ସମସ୍ତ ପ୍ରତୀକରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି। ସେଥିପାଇଁ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରକୁ ‘ଶ୍ରୀ ବିଜୟପୁରମ୍’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ଇଷ୍ଟ ଇଣ୍ଡିଆ କମ୍ପାନୀର ବ୍ରିଟିଶ ଉପନିବେଶକାରୀ ନୌସେନା ଅଧିକାରୀ କ୍ୟାପଟେନ ଆର୍ଚିବାଲ୍ଡ ବ୍ଲେୟାରଙ୍କ ନାମରେ ନାମକରଣ କରାଯାଇଥିଲା। ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର।

Leave a Reply

Your email address will not be published. Required fields are marked *