ବଦଳିଲା ଅଭିଯାନ; ଆସିଲା ‘ପଞ୍ଚଶଖା ଶିକ୍ଷା ସେତୁ ଯୋଜନା’

ଭୁବନେଶ୍ୱର,୧୪/୦୯: ଆସିଲା ବଡ ଖବର l ରାଜ୍ୟ ସରକାର ନେଲେ ବଡ ନିଷ୍ପତି l ବଦଳିଲା ‘ମୋ ସ୍କୁଲ୍ ଅଭିଯାନ’ ନାଁ । ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ୍ ଅଭିଯାନ’ ନାଁ ବଦଳି ଏଣିକି “ପଞ୍ଚଶଖା ଶିକ୍ଷା ସେତୁ ଯୋଜନା” ରଖାଗଲା । ପୂର୍ବତନ ବିଜେଡି ସରକାର ସମୟରେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ନାଁ ବଦଳି କରି ନୂଆ ନାଁ ରଖିଛନ୍ତି ମୋହନ ସରକାର ।

୨୦୧୭ ମସିହା ନଭେମ୍ୱର ୧୪ ଶିଶୁ ଦିବସ ଅବସରରେ ମୋ ସ୍କୁଲ ଅଭିଯାନର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଥିବା ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ନିମନ୍ତେ ବିଭିନ୍ନ ଲୋକଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟରେ ମଞ୍ଚଟିଏ ଯୋଗାଇବା ଥିଲା ଏହାର ମୂଳ ଉଦ୍ଦେଶ୍ୟ ଥିଲା।

ଓଡ଼ିଶା ସ୍କୁଲ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ବ୍ୟକ୍ତିବିଶେଷ, ସଂଘ, ସାମାଜିକ ପ୍ରଭାବ ସଂଗଠନ, ପ୍ରତିଷ୍ଠାନ, ଦାତବ୍ୟ ଅନୁଷ୍ଠାନ, କମ୍ପାନି ଓ ଅନ୍ୟମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ରାଜ୍ୟର ସ୍କୁଲ ବ୍ୟବସ୍ଥାକୁ ଉନ୍ନତ କରିବାକୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଅଭିଜ୍ଞତା, ସଫଳତା, ପ୍ରଭାବ ଓ ବିଶ୍ୱବ୍ୟାପୀ ଯୋଗାଯୋଗର ଉପଯୋଗ କରିବା ଉଦ୍ଦେଶ୍ୟରେ ଏହାକୁ ଗଠନ କରାଯାଇଥିଲା।

Leave a Reply

Your email address will not be published. Required fields are marked *