ଦେଶ ସ୍ୱାଧୀନ ହୋଇଗଲା, ହେଲେ ଗାଁ କେବେ ହେବ ?

ରାୟଗଡ଼ା, ୨୨/୦୭: ଏହି ଦୃଶ୍ୟ ଆଜିର କିମ୍ବା କାଲିର ନୂହେ ଦୀର୍ଘ ବର୍ଷ ବର୍ଷର , ଦୀର୍ଘ ଛଅ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ଜାଣି ଶୁଣି ଚୁପଚାପ୍ କାହିଁକି । ଆଡାମାହା ଗ୍ରାମ ବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଡାମାହା ଗ୍ରାମ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ ଭାରତ ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ଅଡାମାହା ଗ୍ରାମ ବାସୀ ରୋଗୀଙ୍କୁ ଭାର ରେ ବୁହା ହେବା ଦୁଃଖ ସରିନି। ଏମିତି କି ଅନେକ ସମସ୍ୟା ସହ ଜୀବନ ବିତାଉଛନ୍ତି ଆଡାମାହା ଗ୍ରାମ ବାସୀ | ଦେଶ ସ୍ବାଧୀନ ହୋଇ ଏହି ଗ୍ରାମବାସୀ ଙ୍କୁ ଏପର୍ଯ୍ୟନ୍ତ ସ୍ୱାଧୀନତା ଦିଆଯାଇ ନଥିବା ଦୁଃଖ ଓ ପରିତାପର ବିଷୟ।

ଏଭଳି ଅସୁବିଧା ସମ୍ମୁଖୀନ ଦେଖିବାକୁ ମିଳୁଛି। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ଅଧିନସ୍ଥ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ଅଡାମାହା ଗ୍ରାମକୁ ସଂଯୋଗ କରୁଥିବା ପଖା ରାସ୍ତା ମରଣଯନ୍ତା ପାଲଟିଛି। ମାତ୍ର ଚନ୍ଦ୍ରପୁର ବ୍ଲକ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଠାରୁ ପ୍ରାୟ ୮ କିମି ଦୁରରେ ଅବସ୍ଥିତ ଅଡାମାହା ଗ୍ରାମ। ଅଡାମାହା ଠାରୁ ବନ୍ଦାରି ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟି ଥିବା ଦେଖାଯାଇଥିବା ବେଳେ ବର୍ଷା ହେଲେ ଏହି ରାସ୍ତା ରେ ନଚାଲିବା ଭଲ । ଖାଲ ଢିପ ସହ କାଦୁଅ ଖସଡ଼ା କଚ୍ଛା ରାସ୍ତା ଦେଇ ଯିବା କୁ ପଡ଼ିଥାଏ ଏହି ଅଡାମାହା ଗ୍ରାମ କୁ । ଏହି ଗ୍ରାମ ର ଲୋକ ଚନ୍ଦ୍ରପୁର ମୁଖ୍ୟ ଡାକ୍ତରଖାନାକୁ ଯିବା ପାଇଁ ହେଲେ ବହୁ ସତର୍କ ତା ସହ ଯିବା କୁ ପଡ଼ିଥାଏ। ଏହି କ୍ଷେତ୍ରରେ ଅନେକ ରୋଗୀ ମାନଙ୍କ ସହ ସାଧାରଣ ଲୋକେ ମଧ୍ୟ ହନ୍ତସନ୍ତ ହେବା ସହ ଅନେକ ଲୋକ ଖସଡ଼ା ରାସ୍ତା ଯୋଗୁଁ ବାଇକ୍ ରେ ଯିବାଆସିବା କରୁଥିବା ଲୋକେ ପଡି ଯିବାର ଦେଖିବାକୁ ମିଳିଛି। ଏବଂ ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ପାଇଁ କାନ୍ଧରେ ବୋହି ନେବାକୁ ପଡ଼ିଥାଏ। ଏଠାକୁ ଆମ୍ବୁଲାନ୍ସ ସେବା ଆସିବା ପାଇଁ ସାତ ସପନ ହୋଇଯାଇଛି। ସେହିପରି ସ୍ବାସ୍ଥ୍ୟ ଓ ଶିକ୍ଷା ର ମଧ୍ୟ ବାଟବଣା ହୋଇ ଥିବା ଦେଖିବାକୁ ମିଳୁଛି। ନା ଅଛି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ପାଇଁ ସୁବିଧା ନା ଅଛି ବିଦ୍ୟାଳୟ କୁ ଯିବା ପାଇଁ ସୁବିଧା । ଅଙ୍ଗନୱାଡ଼ି ର ସୁବିଧା ପାଇବା ପାଇଁ ହେଲେ ୩ କିଲୋମିଟର ଦୂର ରେ ଥିବା ବନ୍ଦାରି ଗ୍ରାମରେ ଅବସ୍ଥାପିତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବାକୁ ପଡିଥାଏ। ଏ ନେଇ ବହୁ ବାର ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓ ଏବଂ ରାୟଗଡ଼ା ଆର ଡି ଜେଇ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏହି ଦିଗରେ ପ୍ରଶାସନିକ ଓ ପ୍ରଶାନ ଅଧିକାରୀ କିମ୍ବା ରାଜନୈତିକ ଗଣ ମଧ୍ୟ ଦୃଷ୍ଟି ଦେଇନଥିବା ଜଣାପଡିଛି। ଏହି ଲିଖିତ ଅଭିଯୋଗ ର କୈାଣସି ସୁଫଳ ମିଳିନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ। କେବେ ହେବ ଗାଁକୁ ରାସ୍ତା ମୌଳିକ ସୁବିଧା ପାଇବେ କେବେ ଗ୍ରାମ ବାସି ?

Leave a Reply

Your email address will not be published. Required fields are marked *