ଆନନ୍ଦପୁର, ୨୩/୦୭: କେନାଲ ଅଛି ହେଲେ ପାଣି ନାହିଁ । ପଡିଆ ପଡିଛି ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତର ହେକ୍ଟର ହେକ୍ଟର ଚାଷ ଜମି। ପାଣି ଅଭାବରୁ ଜମି ଫାଟି ଆଁ କରିଛି। ଏତେବେଳକୁ ତଳି ରୁଆ କାମ ଆରମ୍ଭ ହୋଇ ସବୁଜ କ୍ଷେତରେ ହସିବା କଥା ଧାନ ଗଛ।ହେଲେ ବିଲରେ ପାଣି ନଥିବାରୁ ଆଗେଇ ପାରୁନି ଚାଷକାମ। ଛେନାପଦି ଜଳ ସମ୍ପଦ ବିଭାଗ- ୨ ଅଧିନରେ ଥିବା ୭୭ନମ୍ବର ପାଣି ପଞ୍ଚାୟତ ର ଚାଷ ଜମି ପାଲଟିଛି ଗାଈ, ଗୋରୁ ଙ୍କ ଚରା ଭୂମି।ଶ୍ରାବଣ ମାସ ଅଧା ହୋଇଗଲେ ମଧ୍ୟ ବର୍ଷା ର ଦେଖା ନାହିଁ।ବାରମ୍ବାର ଚାଷୀମାନଙ୍କ ଅଭିଯୋଗ ସତ୍ଵ କର୍ଣ୍ଣପାତ କରୁନାହାନ୍ତି ଜଳସମ୍ପଦ ବିଭାଗ।କେନାଲ ସଫା ହେଉନଥିବା ସହ ଘାଇ ଭୋଳ ରେ ପାଣି ବହାରାଇଯାଉଥିବା ସହ ତଳ ଅଞ୍ଚଳ ର ଚାଷୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।ତୁରନ୍ତ ଏହାର ସମାଧାନ କରାଯାଇ କେନାଲ ସଫା କରାଯାଇ ପାଣି ଯୋଗାଇ ଦେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।