ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ !

ଗତ କିଛିଦିନ ତଳେ ଭୁବନେଶ୍ୱରରେ ସାମ୍ବାଦିକତା କରୁଥିବା ମଧୁମିତା ପରିଡ଼ାଙ୍କ ରହସ୍ୟଜନକ ମୃତ୍ୟୁ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ବର୍ତ୍ତମାନ ତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଥିଲା ଏକାଧିକ କ୍ଷତ। ଟ୍ରେନ୍ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡି ହେବା ପରେ କିଛି ସମୟ ପାଇଁ ବଞ୍ଚିଥିଲେ ମଧୁମିତା । ଶରୀରରେ ଥିବା ଏକାଧିକ କ୍ଷତ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ମଧୁମିତାଙ୍କ ମୃତ୍ୟୁ ମାମଲାରେ ଧଉଳି ଥାନା ପୋଲିସ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି । ଗିରଫ କରି ଅଧିକ ଖୋଳତାଡ଼ ଜାରି ରହିଛି ପୋଲିସ । ସ୍ୱାମୀଙ୍କର ପରକୀୟା ସଂପର୍କରୁ ମଧୁମିତା ଏପରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବିବାହର କିଛି ଦିନପରେ ଦାଂପତ୍ୟ ଜୀବନରେ ଉଠିଥିବା ଝଡ଼ ଭିତରେ ମଧୁମିତାଙ୍କୁ ହତ୍ୟା କରାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ତାଙ୍କ ପରିବାର ଲୋକେ ।ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରୁ ଆସି ଭୁବନେଶ୍ୱରର ଏକ ଘରୋଇ ୱେବ୍ ଚାନେଲରେ କାର୍ଯ୍ୟରତ ଥିଲେ ସାମ୍ବାଦିକା ମଧୁମିତା । ତାଙ୍କ ସ୍ୱାମୀ ଶ୍ରୀଧର ଜେନା ସେ ବି ସେହି ଅଞ୍ଚଳର ଥିଲେ । ଶ୍ରୀଧର ବାୟୁସେନାରେ କାର୍ଯ୍ୟରତ ଅଛନ୍ତି | ଦୀର୍ଘ ୫ ବର୍ଷର ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ରେ ଉଭୟ ବିବାହ କରିଥିଲେ ।ପରିବାର ଲୋକଙ୍କ ଅଭିଯୋଗଯେ , ପ୍ରତାରଣାର ଶିକାର ହୋଇଥିଲେ ମଧୁମିତା । ମଧୁମିତାଙ୍କୁ ବିବାହ ପୂର୍ବରୁ ଅନ୍ୟ ଜଣଙ୍କ ସହ ଶ୍ରୀଧରଙ୍କ ହୋଇସାରିଥିଲା ବିବାହ ବିଚ୍ଛେଦ । କିନ୍ତୁ ମଧୁମିତାଙ୍କୁ ବିବାହ ସତ୍ତ୍ୱେ ବି ଅନ୍ୟ ଯୁବତୀଙ୍କ ସହ ଶ୍ରୀଧରଙ୍କ ଅନୈତିକ ସଂପର୍କ ଥିଲା ବୋଲି ଏବେ ମଧୁମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଏମିତିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କ ସହ ଫୋନରେ କଥା ହେଉଥିଲେ ଶ୍ରୀଧର । ଏକଥା ଜାଣିବା ପରେ ମଧୁମିତା ତାଙ୍କୁ ବିରୋଧ କରିଥିଲେ। ବିରୋଧ କରିବାରୁ ବିଗିଡ଼ି ଯାଇଥିଲା ସ୍ୱାମୀ ସ୍ତ୍ରୀ ଙ୍କର ସଂପର୍କ । ଶେଷରେ ଆସିଯାଇଥିଲା ସମ୍ପର୍କରେ ତିକ୍ତତା ।

ଏହାପରେ ଶ୍ରୀଧର ତାଙ୍କୁ ବହୁ ନିର୍ଯାତନା ଦେଉଥିଲେ। ନିର୍ଯାତନା ଅସହ୍ୟ ହେବାରୁ କିଛିଦିନ ତଳେ ମଧୁମିତା ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ଶେଷରେ ସମାଧାନ ନହେବାରୁ ଭୁବନେଶ୍ୱର ସ୍ଥିତ ନୂଆଗାଁ ଇନ୍ଦିରା କଲୋନୀରେ ପରିବାର ସହ ରହୁଥିବା ଭଡ଼ା ଘରୁ ବାହାରି କେଉଁଆଡେ ଚାଲିଯାଇଥିଲେ ମଧୁମିତା । ଏବଂ ସୋସିଆଲ୍ ମିଡ଼ିଆରେ ଜାରି କରିଥିଲେ ଏକ କୋହଭରା ଭିଡିଓ । ସୋସିଆଲ ମିଡିଆରେ ମଧୁମିତା ଛାଡି ଥିବା ଭିଡିଓକୁ ଦେଖି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ପରେ ପରିବାର ଲୋକେ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲେ ବାପୁରୀନଜର ଅଞ୍ଚଳର ରେଳଲାଇନ କଡ଼ରୁ । ଝିଅର ମୃତ୍ୟୁ ପାଇଁ ପରିବାର ଲୋକେ ଶ୍ରୀଧର ଏବଂ ତାଙ୍କ ବଡ଼ଭାଇଙ୍କୁ ଦାୟୀ କରିଥିଲେ। । ମଧୁମିତାଙ୍କ ପରିବାରର ଅଭିଯୋଗ ଆଧାରରେ ପୋଲିସ ଶ୍ରୀଧରଙ୍କୁ ଗିରଫ କରିବା ସହ ତାଙ୍କ ବଡ଼ଭାଇଙ୍କୁ ଧରି ପଚରାଉଚରା କରିଛି। ତେବେ ତଦନ୍ତ ପରେ ଦାଂପତ୍ୟ କଳିକୁ ସ୍ୱୀକାର କରିଥିବା ଶ୍ରୀଧର କହିଛନ୍ତିଯେ, ମଧୁମିତା ଆତ୍ମହତ୍ୟା କରିଛନ୍ତି । ତାଙ୍କୁ କେହି ବି ହତ୍ୟା କରିନାହାନ୍ତି ହତ୍ୟା ଘଟଣା ସମ୍ପୂର୍ଣ ମିଛ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *