ଉଛୁଳୁଛି ମହାନଦୀ

ବର୍ତ୍ତମାନ ଧୀରେ ଧୀରେ ଫୁଲିବାରେ ଲାଗିଛି ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ। ଆଜି ସକାଳ ପ୍ରାୟ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ମୋଟ ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ଗତକାଲି ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଥିଲା | ଗେଟ୍ ଖୋଲିବା ପରେ ଏବେ ମହାନଦୀର ଜଳସ୍ତରର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ସାରା ରାଜ୍ୟରେ ଏବେ ବର୍ଷାର ପରିମାଣ ଲାଗି ରହିଛି । ସେପଟେ ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହାର ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼ ଯାଜପୁର ବାଲେଶ୍ବର, ଭଦ୍ରକ, ଏବଂ ମୟୂରଭଂଜ, । ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave a Reply

Your email address will not be published. Required fields are marked *