ଭୁବନେଶ୍ୱର : ସବୁ ଅପେକ୍ଷାର ଘଟିଲା ଅନ୍ତ | କଥା ଦେଇ କଥା ରଖିଲେ ସରକାର | ଆସିଲା ସୁଭଦ୍ରା ଟଙ୍କା | ଆଜି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି | ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିବା ନେଇ ମେସେଜ ଆସିଲା | ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅକ୍ଟୋବର ୭ ତାରିଖ ସୁଦ୍ଧା ଆବେଦେନ କରିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଟଙ୍କା ଆସିଛି। ଏନ୍ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ପଠାଯାଇଛି। ଆଗକୁ ଦଶହରା ଥିବା ବେଳେ ମହିଳା ହିତାଧିକାରୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ସୁଭଦ୍ରା ଯୋଜାନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି।