ପ୍ୟାରିସ,୦୬/୦୮: ଚଳିତ ପ୍ୟାରିସ ଅଲିମ୍ପିକସ ରେ ଆଜି ଜାଭେଲିନ୍ ଥ୍ରୋରେ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। ସେ କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି। ଏଥିସହିତ ଖେଳରେ ଭଲ ପ୍ରଦର୍ଶନ ସହ ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ନେଇ ମଧ୍ୟ ଆଶା ରଖିଛନ୍ତି କିଶୋର। ଆଜି ଦିନ ପ୍ରାୟ ଗୋଟାଏ ୫୦ ମିନିଟରେ ପ୍ରଥମେ ଗ୍ରୁପ-ଏ କ୍ବାଲିଫିକେସନ୍ ରାଉଣ୍ଡ ଅନୁଷ୍ଠିତ ହେବ। ଏହି ରାଉଣ୍ଡ ରେ କିଶୋର ଜେନା ମୈଦାନକୁ ଓହ୍ଲାଇ ସାରାବିଶ୍ୱକୁ ନିଜର ଜଲବା ଦେଖାଇବେ। ୨୦୨୨ ରେ ସେ ହାଙ୍ଗ ଝୁ ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିବା ସହ ଚଳିତ ଅଲିମ୍ପିକ୍ସ ଟିକେଟ ହାତେଇଥିଲେ କିଶୋର ଜେନା। ଦୀର୍ଘ ୮୭.୫୪ ମିଟର ଦୂରତା ଜାଭଲିନ ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ କିଶୋର ଏହାଛଡା ୨୦୨୩ ରେ ଅନୁଷ୍ଠିତ ହୋଇଥିବା ବୁଦାପେଷ୍ଟ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ମଧ୍ୟ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ଏଥର ଅଲିମ୍ପିକ୍ସରେ ତାଙ୍କ ସଫଳତା କାମନା କରୁଛି ଓଡ଼ିଶା ସମେତ ସାରା ଦେଶ। କିଶୋର ଙ୍କ ଠାରୁ ପଦକ ଆଶା କରିଛନ୍ତି ଦେଶବାସୀ ।