ଆଜି ବସିବ ରାଜ୍ୟ କ୍ୟାବିନେଟର ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ। ଏହା ପୂର୍ବରୁ ଦୁଇଟି କ୍ୟାବିନେଟ ବୈଠକରେ ସେ ଅଧ୍ୟକ୍ଷତାକରି ସାରିଛନ୍ତି । ଏହି ଦୁଇଟି ବୈଠକରେ ମୋଟ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବଜେଟ ଆସିବା ପୂର୍ବରୁ ଏହି କ୍ୟାବିନେଟ ବୈଠକ ବସୁଥିବା ବେଳେ ଏହା ବେଶ ଗରୁତ୍ବବହନ କରିବ । କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୪ରୁ ୫ଟି ପ୍ରସ୍ତାବ ଉପରେ ମୋହର ବାଜିବା ନେଇ ଆଶା କରଯାଉଛି। ଏପଟେ ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ କ୍ୟାବିନେଟ ବୈଠକ ବସୁଥିବାରୁ ଏହା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପାରେ । କ୍ୟାବିନେଟରେ କେଉଁସବୁ ବିଷୟରେ ନିଷ୍ପତ୍ତି ନିଆଗଲା ସେନେଇ ମୁଖ୍ୟମନ୍ତ୍ରୀ କିମ୍ବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଆସନ୍ତାକାଲି ବିଧାନସଭାରେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ।

Leave a Reply

Your email address will not be published. Required fields are marked *