ହଠାତ୍ ଯାତ୍ରୀଙ୍କ ଉପରକୁ ମାଡିଗଲା ଟ୍ରକ

ଗୁଜୁରାଟରୁ ଆସିଛି ଏକ ବଡ ଖବର | ଗୁଜରାଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସ୍ ହାଇୱେରେ ଠିଆ ହୋଇଥିବା ବସ୍‌ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଏକ ଦ୍ରୁତଗାମୀ ଟ୍ରକ୍। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଆହତ ସମସ୍ତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଏକ ବସ୍‌ ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେ ଯାତ୍ରା କରୁଥିଲା। ଭୋର୍‌ ପ୍ରାୟ ସାଢେ ୪ଟା ବେଳେ ବସ୍‌ଟିର ଟାୟାର ପମ୍ପଚର ହୋଇଯାଇଥିଲା।

ତେଣୁ ବସ୍‌ରେ ଥିବା ଯାତ୍ରୀ, ଡ୍ରାଇଭର ଏବଂ କଣ୍ଡକ୍ଟର ବସ୍‌ରୁ ଓହ୍ଲାଇ ତଳେ ଠିଆ ହୋଇଥିଲେ। ଚକା ମରାମତି ଚାଲିଥିବା ବେଳେ ଏକ ଟ୍ରକ ହଠାତ୍ ଦ୍ରୁତ ବେଗରେ ଆସି ସେମାନଙ୍କ ଉପରେ ମାଡିଯାଇଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ଚାପି ହୋଇଯାଇଥିଲେ ଟ୍ରକ ଚକାତଳେ । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଆନନ୍ଦ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍‌ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନା ଅନୁସାରେ, ବସ୍‌ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ବସ୍ ତଳେ ଛିଡ଼ାହୋଇଥିବା ଯାତ୍ରୀଙ୍କ ଉପରେ ମାଡିଯାଇଥିଲା। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *