ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା

ଭୁବନେଶ୍ୱର : ଚଳିତ ବର୍ଷ ଦଶହରାକୁ ନେଇ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ ଥିବାବେଳେ କଟକ ହାଇକୋର୍ଟ ଦେଇଛନ୍ତି ବଡ ନିର୍ଦ୍ଦେଶ। ଏଥର କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ସୁରୁଖୁରୁରେ ରାବଣ ପୋଡ଼ି ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । ପରିବେଶକୁ ସୁହାଇଲା ଭଳି କିଛି ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛି। ରାବଣ ପୋଡ଼ି ପାଇଁ କଟକ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ୧୦ ତାରିଖ ଭିତରେ ଏଥିନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସାରିବାକୁ ସିଏମସି ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାବଣ ପୋଡ଼ି ଦେଖିବାକୁ କଟକକୁ ବହୁତ ଲୋକଙ୍କର ସମାଗମ ହୋଇଥାଏ । ତେଣୁ ସେହି ସମୟରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକର ସୁପରିଚାଳନା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *