ଜଗନଙ୍କ ବିରୋଧରେ ରୁଜୁ ହେଲା ମାମଲା

ବିବାଦରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରସାଦ ରୂପରେ ଦିଆଯାଉଥିବା ପ୍ରସିଦ୍ଧ ତିରୁପତି ଲଡ଼ୁ। କିଛିଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶିଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ଏବେ ଆନ୍ଧ୍ରପ୍ରଦେଶ ରାଜନୀତି ସରଗରମ ଅଛି । ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ୍‌ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଛି। ଲକ୍ଷ ଲକ୍ଷ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଏବଂ ମନ୍ଦିରକୁ ଅପମାନିତ କରିବା ଅଭିଯୋଗରେ ଆଡଭୋକେଟ୍ କେ. କରୁଣା ସାଗର ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହାସହ ସେ ଘଟଣାର ତଦନ୍ତ ପାଇଁ ଏବଂ ଅନ୍ୟମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *