କାରଗିଲ ବିଜୟ ଦିବସକୁ ୨୫ ବର୍ଷ ପୂର୍ତ୍ତି

ଆଜି ହେଉଛି ଐତିହାସିକ କାରଗିଲ ବିଜୟ ଦିବସ। ପାକିସ୍ତାନ ବିରୋଧରେ ଭାରତର ଏହି ଐତିହାସିକ ବିଜୟ ଦିବସରେ ସାରା ଦେଶରେ ନିହତ ଯବାନଙ୍କ ଲାଗି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ | ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲେ ଭାରତୀୟ ସେନା | ଯାହାକୁ ନେଇ ଆଜି ସମଗ୍ର ଦେଶ ଗର୍ବିତ |

ଏହି ଐତିହାସିକ ଅବସରରେ କାର୍ଗିଲ ଯୁଦ୍ଧର ହିରୋମାନଙ୍କୁ ସମ୍ମାନ ଜଣାଇବାକୁ ଆୟୋଜିତ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସେ ଲଦାଖର ଦ୍ରାସ ସେକ୍ଟରରେ ଥିବା କାରଗିଲ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଛନ୍ତି | ଦ୍ରାସରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ | ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖସ୍ଥିତ ଦ୍ରାସ ଅଞ୍ଚଳରେ ଥିବା କାରଗିଲ ୱାର ମେମୋରିଆଲ ବି ପରିଦର୍ଶନ କରିଛନ୍ତି | ଏହାକୁ ଲଦାଖର ପ୍ରବେଶ ଦ୍ୱାର କୁହାଯାଇଥାଏ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ କହିଛନ୍ତି, କାଗରିଲ ବିଜୟ ଦିବସ ସବୁ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର | ଯେଉଁମାନେ ଆମ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏହା ଏକ ଦିନ |

ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳିତ ହୋଇଥାଏ | କିନ୍ତୁ ଚଳିତ ବର୍ଷ କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ପାଳିତ ହେଉଛି | ଏହି ଅବସରରେ କାରଗିଲ ଯୁଦ୍ଧ ଶହୀଦଙ୍କ ପରିବାରବର୍ଗ ବି ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *