ଟ୍ରମ୍ପ କହିଲେ; ମୁଁ ୨୪ ଘଣ୍ଟା ଭିତରେ ଯୁଦ୍ଧ ବନ୍ଦ କରିଦେବି

ଆମେରିକା : ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଯଦି ସେ ଚଳିତ ଥର ଆମେରିକାରର ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ରାଷ୍ଟ୍ରପତି ହେବାର ୨୪ ଘଣ୍ଟା ଭିତରେ ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ଘଟାଇବେ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ରାଷ୍ଟପତି ପ୍ରାର୍ଥୀ କମଳା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଛି ମହାବିତର୍କ। ଏହି ବିତର୍କ ବେଳେ ଟ୍ରମ୍ପ ରୁଷ- ୟୁକ୍ରେନ୍‌ ଯୁଦ୍ଧକୁ ନେଇ ବଡ଼ ବୟାନ ରଖିଥିଲେ ଟ୍ରମ୍ପ।

ୟୁକ୍ରେନ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ଦେଶ ଭାବେ ମୁଣ୍ଡ ଟେକିଥିବା ବେଳେ ଏହା ପଛରେ ଆମେରିକାର ହାତ ଥିବା କହିଛନ୍ତି ଟ୍ରମ୍ପ । ମାତ୍ର ଟ୍ରମ୍ପଙ୍କ ମନ୍ତବ୍ୟର ପ୍ରତି ଉତ୍ତରରେ କମଳା ହାରିସ କହିଛନ୍ତି ଯେ , ଆପଣଙ୍କ ବୈଦେଶିକ ନୀତି କିଭଳି ଦୁର୍ବଳ ସେଇଟା ସମସ୍ତ ଆମେରିକାବାସୀ ମାନଙ୍କୁ ଭଲଭାବରେ ଜଣାଅଛି । ଠିକ ସେହିପରି ଇସ୍ରାଏଲ ଏବଂ ହମାସ ଯୁଦ୍ଧଙ୍କୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ନାସାମ୍ନି ବିତର୍କ ହୋଇଛି। ବାଇଡେନ ରାଷ୍ଟ୍ରପତି ଥିବାବେଳେ ଇସ୍ରାଏଲକୁ ଅଣଦେଖା କରିଥିବା ଅଭିଯୋଗ କରିଥିଲେ ଟ୍ରମ୍ପ । ଏହାର ଉତ୍ତରରେ କମଳା ହାରିସ କହିଥିଲେ ଯେ, ବାଇଡେନ ସରକାର ଆରମ୍ଭରୁ ହିଁ ଇସ୍ରାଏଲ ସହ ଛିଡ଼ା ହୋଇଛନ୍ତି। ଏବଂ ଆଗକୁ ମଧ୍ୟ ସମର୍ଥନ କରିବ । ଯୁଦ୍ଧରେ ଧ୍ବଂସବିଧ୍ବଂସ ହୋଇ ଯାଇଥିବା ଗାଜାର ପୁଣି ଥରେ ପୁନଃ ନିର୍ମାଣ ହେବ ବୋଲି କହିଛନ୍ତି କମଳା ହାରିସ ।

Leave a Reply

Your email address will not be published. Required fields are marked *