ଆଗକୁ ନୂଆ ରୂପରେ ନଜର ଆସିବେ ଏଲନ୍‌ ମସ୍କ

ଆମେରିକା: ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି ଏବେ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନୂଆ ରୂପରେ ନଜର ଆସିବାକୁ ଯାଉଛନ୍ତି ଏଲନ୍‌ ମସ୍କ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ଠାରୁ ଜୋର୍‌ସୋର୍‌ରେ ପ୍ରଚାର ଜାରି ରହିଛି। ଚଳିତ ଥର ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ମୁହାଁମୁହିଁ ହୋଇଛନ୍ତି । ଏହାରି ଭିତରେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟେସଲା ମାଲିକ ତଥା ପ୍ରସିଦ୍ଧ ବିଲେନିୟର୍‌ ଏଲନ ମସ୍କଙ୍କୁ ଏକ ବଡ଼ ଅଫର ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ କହିଛନ୍ତି ଯେ ଯଦି ନିର୍ବାଚନରେ ସେ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ବିଜୟୀ ହୁଅନ୍ତି, ତେବେ ସେ ଏଲନ ମସ୍କଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ କିମ୍ବା ହ୍ୱାଇଟ୍‌ ହାଉସ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ଭାବରେ ସୁଯୋଗ ଦେବେ। ବିଶେଷ କଥା ହେଉଛି ଏଲନ ମସ୍କ ମଧ୍ୟ ଏହି ଅଫରକୁ ଗ୍ରହଣ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *