ସଂସଦର ବିଜନେସ ଆଡ଼ଭାଇଜାରୀ କମିଟିରେ ଓଡିଶା ସାଂସଦ

ସଂସଦର ବିଜନେସ ଆଡ଼ଭାଇଜାରୀ କମିଟି ପାଇଁ ମନୋନୀତ ହେଲେ ଓଡ଼ିଶାର ଦୁଇ ସାଂସଦ | କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହୋଇଥିବା ବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ମନୋନୀତ ହୋଇଛନ୍ତି | ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା | ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ସ୍ଥାନ ପାଇଥିବା ସୂଚନା ମିଳିଛି |

ସେହିପରି ବିଜନେସ ଆଡଭାଇଜରୀ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ | ବିଜେପି ସାଂସଦ ପିପି ଚୌଧୁରୀ, ଅନୁରାଗ ଠାକୁରଙ୍କ ଭଳି ନେତାଙ୍କୁ ବି ବିଜନେସ୍ ଆଡଭାଇଜରୀ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି | ତେବେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ ଥିବା ବେଳେ ୨୩ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *