ସଡକ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଆହତ !

ନୂଆଦିଲ୍ଲୀ, ୨୦/୦୭: ଆସିଲା ଏକ ବଡ ଖବର | ସଡକ ଦୁର୍ଘଟଣାରେ ଆହତ ହେଲେ ଜିତିନ ପ୍ରସାଦ | ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ଏମ୍‌ପି ଜିତିନ ପ୍ରସାଦ ଆହତ ହୋଇଛନ୍ତି। ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲଭୀତ ଯାଇଥିଲେ | ଏହି ସମୟରେ ମନ୍ତ୍ରୀଙ୍କ କାର୍‌ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଯାହା ଫଳରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ ହୋଇଛନ୍ତି | ମନ୍ତ୍ରୀଙ୍କ ସହ ତାଙ୍କ ରୋଷେୟା ଏବଂ ବେସରକାରୀ ସଚିବଙ୍କ ମଧ୍ୟ ଆହତ ହୋଇଛନ୍ତି |

Leave a Reply

Your email address will not be published. Required fields are marked *