ପାଗଳ ହୋଇଗଲେଣି ଜୋ ବାଇଡେନ୍ !

ଆମେରିକା : କାମ କରୁନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ମସ୍ତିଷ୍କ। ଲୋକମାନଙ୍କୁ ମଧ୍ୟ ସେ ଚିହ୍ନି ପାରୁନାହାନ୍ତି। କେତେବେଳେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ “ରାଷ୍ଟ୍ରପତି ପୁଟିନ” ବୋଲି କହୁଛନ୍ତି ତ ଆଉ କେତେବେଳେ କମଲା ହାରିସଙ୍କୁ “ଉପରାଷ୍ଟ୍ରପତି ଟ୍ରମ୍ପ” ବୋଲି କହୁଛନ୍ତି। ଅତ୍ୟଧିକ ବୟସ କାରଣରୁ ମାନସିକ ଓ ଶାରିରୀକ ସ୍ତରରେ ଅସୁସ୍ଥ ଥିବାରୁ ସେ ଚଳିତ ବର୍ଷ ରାଷ୍ଟ୍ରପତି ଦୌଡରୁ ବାହାରିଥିଲେ। ବର୍ତ୍ତମାନ ନ୍ୟୁୟର୍କରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବା ଅବସରରେ ସେ କଣ କହିବେ କିଛି ଜାଣି ପାରିଲେନି। ଇଣ୍ଟରକଣ୍ଟିନେଣ୍ଟାଲ ନ୍ୟୁୟର୍କ ବାର୍କଲେ ହୋଟେଲରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ ବାଇଡେନ୍। ସେଠାରେ ବିଶ୍ୱ ନେତାଙ୍କୁ ସମ୍ବୋଧିତ କରିବାକୁ ଯାଇ ବାଇଡେନ କହିଛନ୍ତି, ‘ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ୱାଶିଂଟନକୁ ସ୍ୱାଗତ…’ ନ୍ୟୁୟର୍କରେ ଥାଇ ୱାଶିଂଟନକୁ ସ୍ୱାଗତ କରିବା ପରେ ଏହାକୁ ନେଇ ସେଠାରେ ଥିବା ଲୋକ ତାଙ୍କୁ ଟ୍ରୋଲ୍ କରିଥିଲେ।

https://x.com/TheCalvinCooli1/status/1839070198403399808

ତେବେ ଏହି କାର୍ଯ୍ୟକ୍ରମକୁ ନ୍ୟୁୟର୍କରେ ବାର୍ଷିକ ସଂଯୁକ୍ତ ରାଷ୍ଟ୍ର ମହାସଭା ସହ ଆୟୋଜନ କରାଯାଇଥିଲା। ଯେଉଁଠାରେ ବାଇଡେନ୍ ଉଦବୋଧନ ଦେଇଥିଲେ। ସେଠାରେ ବାଇଡେନ୍ ଜେଲେନସ୍କିଙ୍କୁ ମିଷ୍ଟର ପ୍ରେସିଡେଣ୍ଟ ବୋଲି କହି ସମ୍ୱୋଧିତ କରିଥିଲେ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରେ ସେ ୟୁକ୍ରେନକୁ ସମର୍ଥନ କରିଆସୁଥିବା କଥାକୁ ପୁଣିଥରେ ଦୋହରାଇଥିଲେ। ବାଇଡେନଙ୍କ ସମେତ ଜେଲେନସ୍କି, ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାରମର୍ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଭିସି ଯୋଗେ ସମ୍ବୋଧିତ କରିଥିଲେ।

Leave a Reply

Your email address will not be published. Required fields are marked *