ହାତ ଛାଡିଲେ ବିଜୟ

ଭୁବନେଶ୍ବର: କଂଗ୍ରେସ ର ହାତ ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ସେ ବିଧିବଦ୍ଧ ଭାବରେ କଂଗ୍ରେସ ଛାଡିଥିବା ନେଇ ସୂଚନା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ମେଲ୍‌ ଯୋଗେ ଏଆଇସିସିକୁ ପଠାଇଛନ୍ତି। ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ଏବେ ଚର୍ଚ୍ଚା ହେଉଛି । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା। ଦଳ ଛାଡିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ଅନୁଭବ କଲି ଦଳରେ ମୋର କୌଣସି ପ୍ରକାରର ଆବଶ୍ୟକତା ନାହିଁ । ଦଳରେ ମୋର କିଛି ବି ମୂଲ୍ୟ ନାହିଁ କି ସ୍ଥାନ ନାହିଁ ଆଉ ସେଥିପାଇଁ ମୁଁ ଦଳ ଛାଡିଲି। ଏହାସହ ଲୋକଙ୍କ ପାଖକୁ ଯିବି, ଲୋକଙ୍କ ସେବା କରିବା ସହ ଅନ୍ୟ କୋୖଣସି ଦଳକୁ ଯିବାର ନାହିଁ ବୋଲି ସେ କହିଛନ୍ତି । ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା।

Leave a Reply

Your email address will not be published. Required fields are marked *