କୁସ୍ତିଯୋଦ୍ଧାରୁ ବିଧାୟିକା।

ହରିୟାଣା : କୁସ୍ତି ମୈଦାନ ପରେ ବର୍ତ୍ତମାନ ରାଜନୀତି ମୈଦାନରେ ବି ସଫଳତା ହାତେଇଲେ ଭିନେଶ ଫୋଗାଟ। କୁସ୍ତିଯୋଦ୍ଧାରୁ ସାଜିଲେ ବିଧାୟିକା। କଂଗ୍ରେସ ପ୍ରାର୍ଥୀ ତଥା ରେସଲେର୍ ଭିନେଶ ଫୋଗାଟ ଜିତିଲେ ବିଧାନସଭା ନିର୍ବାଚନ। ହରିୟାଣାର ଜୁଲାନା ଆସନରୁ ବିଜୟୀ ହୋଇଛନ୍ତି ଭିନେଶ ଫୋଗାଟ। ତୃତୀୟ ଥର ପାଇଁ ହରିୟାଣାରେ ଶାସନ କରିବାକୁ ଯାଉଥିବା ବିଜେପି ପକ୍ଷରୁ ଭିନେଶଙ୍କ ପ୍ରତିପକ୍ଷ ଥିଲେ ଯୋଗେଶ ବୈରାଗୀ । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଭିନେଶ ତାଙ୍କ ପ୍ରତିପକ୍ଷଙ୍କ ଠାରୁ , ୬,୦୦୦ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ପ୍ରଥମ ରାଉଣ୍ଡରୁ ଭିନେଶ ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ। ଶେଷରେ ୬ ହଜାର ମାର୍ଜିନ ସହ ଜୁଲାନର ବିଧାୟିକା ହୋଇଛନ୍ତି ଭିନେଶ ଫୋଗାଟ।

Leave a Reply

Your email address will not be published. Required fields are marked *