ଶାନ୍ତି ଚୁକ୍ତିକୁ ଉଲଂଘନ କରି ପୁଣି ହେଲା ହିଂସା

ଥମିବାର ନାଁ ନେଉନି ମଣିପୁର ରେ ଚାଲିଥିବା ହିଂସା । ୨୪ ଘଣ୍ଟା ଭିତରେ ଶାନ୍ତି ଚୁକ୍ତିକୁ ଉଲଂଘନ କରି ପୁଣି ଥରେ ହେଲା ମଣିପୁରରେ ହିଂସା। ମଣିପୁରରେ ହିଂସା ପ୍ରଭାବିତ ଜିରିବମ ଜିଲ୍ଲାରେ ସ୍ଥିତି ସୁଧାରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟର ମଧ୍ୟରେ ଏକ ଶାନ୍ତି ଚୁକ୍ତି ହୋଇଥିଲା । କିନ୍ତୁ ଅନ୍ୟପଟେ ମୋତେଇ କଲୋନୀରେ ଗୁଳିମାଡ ହୋଇଛି। ଠିକ ସେହିପରି ଦୁବୃର୍ତ୍ତମାନେ ଲାଲପାନି ଗାଁରେ ଥିବା ଏକ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଚୁକ୍ତି ଅନୁସାରେ ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। କିନ୍ତୁ ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମର ଲାଲପାନି ଗାଁରେ ପୁଣି ପୁନର୍ବାର ହିଂସା ଘଟିଛି। ଗତ ଶୁକ୍ରବାର ରାତିରେ ସଶସ୍ତ୍ର ଲୋକମାନେ ଗାଁର ଏକ ଘରେ ନିଆଁ ଲଗାଇ ଦେଇଛନ୍ତି। ଗାଁକୁ ଟାର୍ଗେଟ କରି ଅନେକ ରାଉଣ୍ଡ ଗୁଳି ମାଡ ମଧ୍ୟ ହୋଇଛି। ଏହି ଗାଁରେ ମୋତେଇ ସମ୍ପ୍ରଦାୟର କେତେକଙ୍କର ଖାଲି ଘର ମଧ୍ୟ ରହିଛି। ଏହି ଘଟଣା ଘଟିବା ପରେ ସେଠାକୁ ସୁରକ୍ଷା ବାହିନୀକୁ ପଠାଯାଇଥିଲା। । କିନ୍ତୁ ଏପର୍ଯ୍ୟନ୍ତ ଏହି ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *