ପୋଲିସ ଓ ବିଜେଡି କର୍ମୀଙ୍କ ଦାଦାଗିରି, ଧକ୍କା ମାରି କରୁଛନ୍ତି ବାହାର

ରାଜନଗର, ୧୯/୦୭ : ବର୍ତମାନ ସାମ୍ନାକୁ ଆସିଛି ଏକ ବଡଖବର | ସତ୍ତାରୁ ହାରିବା ପରେ ବି ଥମୁନି ବିଜେଡିର ଗୁଣ୍ଡାରାଜ | ପଞ୍ଚାୟତ ସମିତି ଅଧିବେଶନରେ ବିଜେଡ଼ି ଦଳର ଗୁଣ୍ଡା ରାଜ, ଧାରଣାରେ ବିଜେପି ଓ କଂଗ୍ରେସର ନିର୍ବାଚିତ୍ତ ପ୍ରତିନିଧି । ରାଜନଗର ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନରେ ବିଜେଡି ଦଳର ଗୁଣ୍ଡା ରାଜ। ବିଭିନ୍ନ ଦୁର୍ନୀତି ବିଷୟରେ ପଚାରିବାରୁ ବିଡ଼ିଓ, ତହସିଲଦାର ଓ ପଞ୍ଚାୟତ ସମିତି ର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ବିଧାୟକ ଧ୍ରୁବ ସାହୁ ବିଜେଡ଼ି କର୍ମୀ ଓ ପୋଲିସ ଲଗାଇ ବିଜେପି ଓ କଂଗ୍ରେସ ଦଳର ସଭ୍ୟ ଓ ସରପଞ୍ଚଙ୍କୁ ସଭା ଗୃହ ରୁ ଧକ୍କା ମାରି ବାହାର କରିଥିବା ସୂଚନା ଦେଇଛନ୍ତି ସମିତି ସଭ୍ୟ ଓ ସରପଞ୍ଚ। ଖାଲି ସଭ୍ୟ କି ସରପଞ୍ଚ ଙ୍କୁ ନୁହେଁ ସାମ୍ବାଦିକଙ୍କ କ୍ୟାମେରା କୁ ମଧ୍ୟ ଠେଲି ଦେଲେ ବିଜେଡି କର୍ମୀ, ସଭା ଗୃହର ଭିତର ପଟୁଆ ତାଲା ପକାଇ କରୁଛନ୍ତି ଗୁପ୍ତ ବୈଠକ। ଭିତରକୁ ସାମ୍ବାଦିକ ମାନଙ୍କୁ ମନା କରୁଛନ୍ତି ପୋଲିସ ଓ ବିଜେଡି କର୍ମୀ। ତେବେ ଏଭଳି ହେବା ଦ୍ୱାରା ରାଜନଗର ବିଡ଼ିଓ ଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ଓ କଂଗ୍ରେସ ଦଳର ସମିତି ସଭ୍ୟ ଓ ସଭ୍ୟା ଏବଂ ସରପଞ୍ଚ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏହା ଗଣତନ୍ତ୍ର କୁ ଚାପି ଦିଆଯାଉଛି ବିଜେଡି ସରକାର ନଥିଲେ ବି ବିଭିନ୍ନ ପଞ୍ଚାୟତ ସମତି ରେ ବିଜେଡି କର୍ମୀ ଗୁଣ୍ଡା ଗର୍ଦି କରୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି ଧାରଣାରେ ବସିଥିବା ସମିତି ସଭ୍ୟ ଓ ସରପଞ୍ଚ।

Leave a Reply

Your email address will not be published. Required fields are marked *