ଦେଶବ୍ୟାପୀ ତେଜିଲା ଆନ୍ଦୋଳନ

କୋଲକାତା ୧୩ /୦୮: ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବର୍ତ୍ତମାନ ଦେଶରେ ତେଜିବାରେ ଲାଗିଛି ଆନ୍ଦୋଳନ। ଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଏହାସହ ସମସ୍ତ ମେଡିକାଲରେ OPD ସେବା ବନ୍ଦ ରଖିବାକୁ ମଧ୍ୟ ଡାକରା ଦେଇଛି ଫେଡେରେସନ । ଘଟଣା ଅନୁଯାୟୀ କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଏହି ଆନ୍ଦୋଳନ। ଗତ ୯ ତାରିଖରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ତାଙ୍କୁ କରାଯାଇଥିଲା । ଏହାକୁ ନେଇ ଏବେ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଆଡେ ଆନ୍ଦୋଳନ ଜୋର୍ ଧରିବା ପରେ ଆଜି କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରାଥମିକ ତଦନ୍ତ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଘଟଣାର ଆହୁରି ଖୋଳତାଡ ଚଳାଇଛି। ଅପରପକ୍ଷେ ଘଟଣାର ସିବିଆଇ ତଦନ୍ତ ଦାବି ଉଠୁଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ , ପୁଲିସ ଯଦି ତଦନ୍ତରେ ବିଫଳ ହୁଏ ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି IMA।

Leave a Reply

Your email address will not be published. Required fields are marked *