ଦିଦିଙ୍କ ରାଜ୍ୟରେ ହିଂସାକାଣ୍ଡ

କୋଲକାତା : ଉଗ୍ର ରୂପ ନେଉଛି କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ । ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା ନ୍ୟାୟ ପ୍ରତିବାଦରେ ଗତକାଲି ଛାତ୍ର ସଂଗଠନ ପକ୍ଷରୁ ନବାନ୍ନ ଘେରାଉ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଏହି ବନ୍ଦ ପାଳନ କରୁଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୋଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସେପଟେ ବିଜେପି ର ପ୍ରତିବାଦ ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ପ୍ରିୟାଙ୍ଗୁଙ୍କ ଡ୍ରାଇଭର କାର୍ ଚଳାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କ କାର୍ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଡ୍ରାଇଭର ଜଣକ ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭାଟପଡ଼ା ବିଧାୟକ ପୱନ ସିଂ, ପୂର୍ବତନ ସାଂସଦ ଅର୍ଜୁନ ସିଂ ଏବଂ ଅନ୍ୟ ବିଜେପି ନେତାମାନେ ପହଞ୍ଚିଛନ୍ତି। ଏହି ଗୁଳିକାଣ୍ଡ ପଛରେ ଟିଏମ୍‌ସିର ହାତ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *