ଆଜ୍ ହେଉଛେ ସମ୍ବଲପୁର ଦିନ୍‌

କଥାରେ ଅଛି “ପିନ୍ଧମା ସମ୍ବଲପୁରୀ, ଖାଏମା ସମ୍ବଲପୁରୀ, କହେମା ସମ୍ବଲପୁରୀ” | ଆଜ୍ଞା ହଁ ଆଜି ହେଉଛି ସମ୍ବଲପୁର ଦିନ୍‌ | ଆଜି ପଶ୍ଚିମ ଓଡିଶା ପାଳନ କରୁଛି ସମ୍ବଲପୁର ଦିନ୍‌ | ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ଜନକ ଭାବେ ପରିଚିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ପ୍ରତିବର୍ଷ “ସମ୍ବଲପୁରୀ ଦିବସ” ଭାବେ ପାଳନ କରାଯାଏ |

ନାଚ ଗୀତ ରେ କମ୍ପୁଛି ଆଜି ପଶ୍ଚିମ ଓଡ଼ିଶାର ସାରା ଜିଲ୍ଲା | ନା ନା ଆଦି ପ୍ରକାର ବ୍ୟଞ୍ଜନରେ ମହକୁଛି ଜିଲ୍ଲା | ନୂଆ ନୂଆ ପୋଷାକ ପରିଧାନ କରି ନାଚ ଗୀତାରେ ଝୁମୁଛନ୍ତି | ନାଚ, ଗୀତ, ପାରମ୍ପରିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ତା ସାଙ୍ଗକୁ ସ୍ୱାଦିଷ୍ଟ ଖାଦ୍ୟପେୟରେ ମସଗୁଲ ରୁହନ୍ତି ପଶ୍ଚିମ ଓଡ଼ିଶାବାସୀ | ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିନ୍‌ |

Leave a Reply

Your email address will not be published. Required fields are marked *