ଭବନେଶ୍ୱର : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଆଳୁ ଯୋଗାଣ ସମସ୍ୟା ସ୍ୱଭାବିକ କରିବାକୁ ଆଜି ମମତାଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଦିଗରେ ମମତା ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟରେ ଦିଲ୍ଲୀରେ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା। ମାତ୍ର କିଛିଦିନ ପରେ ରାଜ୍ୟରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥିପ୍ରତି ଧ୍ୟାନ ଦେଇ ତୁରନ୍ତ ଆଳୁ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଦେଖିବାକୁ ଗଲେ ପଶ୍ଚିମବଙ୍ଗ ରୁ ଆସୁଥିବା ଆଳୁ ଉପରେ ଓଡ଼ିଶା ସମ୍ପୂର୍ଣ ଭାବରେ ନିର୍ଭର କରିଥାଏ। ସେଠାରୁ ପ୍ରତିଦିନ ଶହ ଶହ ଆଳୁ ବୋଝେଇ ଟ୍ରକ୍ ଓଡ଼ିଶାକୁ ଆସିଥାଏ । କିନ୍ତୁ ଗତ କିଛି ଦିନ ହେବ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଯୋଗାଣ ସମ୍ପୂର୍ଣ ଭାବରେ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଓଡ଼ିଶାରେ ବର୍ତ୍ତମାନ ଆଳୁ ଶଙ୍କଟ ଦେଖାଯିବା ସହ ମଧ୍ୟ ଦର ଆକାଶ ଛୁଆଁ ହୋଇଛି।