ଆସିଲା ନୂଆ ଭ୍ୟାକ୍ସିନ

କୋଭିଡ ପରେ ଏବେ ବିଶ୍ୱରେ ମଙ୍କିପକ୍ସ କାୟା ମେଲାଇବା ଆରମ୍ଭ କଲାଣି। ଏହି ଭାଇରସ ବର୍ତ୍ତମାନ ଆଫ୍ରିକୀୟ ଦେଶ ମାନଙ୍କରେ ପ୍ରବଳ ମାତ୍ରାରେ ବ୍ୟାପୁଥିବା ଦେଖିବାକୁ ମିଳିଛି। ମଙ୍କିପକ୍ସର ଆତଙ୍କ ଭିତରେ ଏବେ ବିଶ୍ୱବାସୀଙ୍କୁ ମିଳିଛି ଏକ ଖୁସି ଖବର। ମଙ୍କିପକ୍ସ ପାଇଁ ପ୍ରସ୍ତୁତ ହୋଇଥିବା ଭ୍ୟାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି । ଡେନମାର୍କର ବାୟୋଟେକ୍ କମ୍ପାନି ବାଭାରିଆନ୍ ନର୍ଡିକର୍ MVA-BN ଏମପକ୍ସ ଟିକାକୁ ମଞ୍ଜୁରୀ ମିଳିଛି। ପ୍ରସ୍ତୁତ କରାଯାଇଥିବା ଏହି ଟିକା ଏମପକ୍ସ ବିରୋଧରେ ପ୍ରିକ୍ବାଲିଫିକେସନ୍ ଆଫ୍ରିକା ଓ ଅନ୍ୟ ଦେଶ ଗୁଡ଼ିକରେ ଥିବା ସଂକ୍ରମଣ ବିରୋଧରେ ଗୁରୁତ୍ବପୂର୍ଣ୍ଣ ଦିଗ ଦେଖାଇବ ବୋଲି ଆଶା ପ୍ରକାଶ କରାଯାଉଛି। ବିଶେଷକରି ଏମପକ୍ସରେ ଅଧିକ ସଂକ୍ରମିତ ଥିବା ଦେଶ ଗୁଡ଼ିକରେ ଏହାକୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯିବ। WHO ଅନୁସାରେ, ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ। ପ୍ରାୟ ୪ ସପ୍ତାହ ମଧ୍ୟରେ ଏହାର ଦୁଇଟି ଡୋଜ୍ ନେବାକୁ ପଡ଼ିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *