ଟ୍ରମ୍ପ ଙ୍କୁ କଣ ପାଇଁ କ୍ଷମା ମାଗିଲେ ଜୁକରବର୍ଗ ?

ଟ୍ରମ୍ପଙ୍କୁ କଣ ପାଇଁ କ୍ଷମା ମାଗିଲେ ମାର୍କ ଜୁକରବର୍ଗ ? ଏହାର କାରଣ ଏବେ ଖୁଲାସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ମେଟାର ସିଇଓ ମାର୍କ ଜୁକରବର୍ଗ ତାଙ୍କୁ ଅନେକ ଥର କଲ୍‌ କରି କ୍ଷମା ମାଗିଛନ୍ତି। ଗତ ଜୁଲାଇ ୧୩ ତାରିଖରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଇଥିଲା । ଟ୍ରମ୍ପ୍‌ଙ୍କ କାନରେ ଗୁଳି ବାଜିବା ପରେ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲିଥିଲା। ଏହି ଫଟୋ ଫେସ୍‌ବୁକ୍‌ ସମେତ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଘୂରି ବୁଲିିଥିଲା । ଏହି ଛବି ସଂପର୍କରେ ଟ୍ରମ୍ପ୍‌ କହିଛନ୍ତି ଯେ ଫଟୋକୁ ସେନ୍ସର କରିଥିବାରୁ ଜୁକରବର୍ଗ ତାଙ୍କୁ କ୍ଷମା ମାଗିଛନ୍ତି ବୋଲି ସେ କହିଛନ୍ତି । ପୂର୍ବରୁ ଜୁଲାଇରେ ଜୁକରବର୍ଗ ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ କିମ୍ବା ଜୋ ବିଡେନଙ୍କୁ ସମର୍ଥନ କରିବାକୁ ମନା କରିବା ସହ ଆସନ୍ତା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭାଗ ନେବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ । କିନ୍ତୁ ଏହି ଘଟଣା ଘଟିବା ପରେ ସେ ମୋତେ ସମ୍ମାନ କରିବା ସହ ଡେମୋକ୍ରାଟଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।

Leave a Reply

Your email address will not be published. Required fields are marked *