ମଧ୍ୟାହ୍ନ ଭୋଜନପରେ କାହିଁକି ନିଦ ଲାଗିଥାଏ…?

    ମଧ୍ୟାହ୍ନ ଭୋଜନ ପରେ ପ୍ରତି ଲୋକ କାହିଁକି ବିଶ୍ରାମ ନେବାକୁ ଆଗ୍ରହ କରନ୍ତି , ଏଭଳି ସମସ୍ୟା ପଛରେ କଣ ରହିଛି ବୈଜ୍ଞାନିକ କାରଣ ?  ମଧ୍ୟାହ୍ନ ଭୋଜନ ପରେ ସାଧାରଣତଃ ନିଦ ଲାଗିବ ଅଳସୁଆମୀ ଲାଗିବ ପ୍ରତ୍ୟକ କ୍ଷେତ୍ରରେ  ଦେଖାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କେତେକାଂଶରେ ଏହାକୁ ସାଧାରଣ ଭାବରେ ନିଆଯାଇଛି 
ସେ ଚାକିରି କରିଥିବା ଲୋକ ହୁଅନ୍ତୁ କି ଶ୍ରମଜୀବୀ, ପ୍ରତିଟି ଲୋକ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ପାଇଁ ବି ହେଉ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତି ବା ଆଗ୍ରହ କରିଥାନ୍ତି । ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ନିଦ ଆସିବା ମଣିଷମାନଙ୍କ ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା । 

          ଖାଇବା ପରେ ନିଦ ଆସିବାକୁ ପ୍ରାୟ ଲୋକ ଏହାକୁ ହଜମ ପ୍ରକ୍ରିୟା ସହ ଯୋଡି ଦେଇଥାନ୍ତି । ଖାଇବା ପରେ ନିଦ ଆସିବାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି ଯଦିଓ ବିଜ୍ଞାନରେ ନିଦ ସହ ହଜମ ପ୍ରକ୍ରିୟାର କୌଣସି ସଂପର୍କ ନଥିବା କଥା କୁହାଯାଇଛି ।

ଅନ୍ୟ କେତକ ଖାଦ୍ୟ ଖାଇବା ଦ୍ୱାରା ଶରୀର ଅଳସୁଆ ଲାଗିଥାଏ । ବିଶେଷ କରି ସେହି ଖାଦ୍ୟରେ ଟ୍ରିଫ୍ଟୋଟାନ ନାମକ ତତ୍ତ୍ୱ ରହିଥାଏ । ଟ୍ରିଫ୍ଟୋଟାନ ଶରୀରକୁ ଯିବା ପରେ ସେରୋଟୋନିନ୍ ଓ ଶେଷରେ ମେଲାଟୋନିନରେ ପରିଣତ ହୋଇଥାଏ । ଯାହାକି ନିଦ୍ରା ବୃଦ୍ଧି କରିବାରେ ସହଯୋଗ କରେ । ତଥାପି ଏହାର ପ୍ରଭାବ ସାମାନ୍ୟ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *