କାଉଡିଆମାନେ ବୋଲବମ୍ ନ କହିଲେ ରାଗି ଯିବେ କି ମହାଦେବ ?

ଭୁବନେଶ୍ୱର୨୧/୦୭: ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଶ୍ରାବଣ ମାସରେ କାଉଡିଆ ମାନେ ଶୈବ ପୀଠକୁ ଯାଇ ମହାଦେବଙ୍କୁ ଜଳ ଅର୍ପଣ କରି ଥାଆନ୍ତି ।
ମାତ୍ର ନିଶ୍ଚୟ ଦେଖିଥିବେ କାଉଡିଆ ମାନେ ବୋଲ୍‌ ବମ୍‌, ବମ୍‌ ଭୋଲେ କହି କହି ନିଜ ଯାତ୍ରା କରି ଥାଆନ୍ତି । ମାତ୍ର ଏପରି କହିବାର କାରଣ କ’ଣ ଜାଣନ୍ତୁ..
ଚଳିତ ବର୍ଷ ଶ୍ରାବଣ ମାସ ୨୨ ଜୁଲାଇ ୨୦୨୪ରୁ ଆରମ୍ଭହୋଇସାରିଛି। ଶ୍ରାବଣ ମାସରେ କାଉଡିଆ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ପାଦରେ ଚାଲି ଚାଲି ଜଳ ଅର୍ପଣ କରି ଥାଆନ୍ତି । ଶ୍ରାବଣର ଶିବରାତ୍ରୀରେ ମଧ୍ୟ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ।
କାଉଡିଆ ମାନେ ଯାତ୍ରା ସମୟରେ ବମ୍‌ ବମ୍‌ ଭୋଲେ କହିଥାଆନ୍ତି । ବୋଲ୍‌ ବମ୍‌ କହିଥାଆନ୍ତି । ମାନ୍ୟତା ଅନୁଯାୟୀ ଏପରି କହିବା ଦ୍ୱାରା ଚାଲି କରି ଯାତ୍ରା କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ଭୋଳାଶଙ୍କର କାଉଡିଆଙ୍କ ଯାତ୍ରା ମଙ୍ଗଳମୟ କରି ଥାଆନ୍ତି।
ବୋଲ୍‌ ବମ୍‌ ଶବ୍ଦରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ଓଁମକାରର ପ୍ରତୀକ ବୋଲି କୁହାଯାଏ । ଏହା ଏକ ସିଦ୍ଧ ମନ୍ତ୍ର । ଏହାକୁ ଗାନ କରିବା ଦ୍ୱାରା ଶ୍ରଦ୍ଧାଳୁ ନିକଟରେ ଏକ ଶକ୍ତି ଆସିଥାଏ।
କୁହାଯାଏ ଯେଉଁ ସମୟରେ ପ୍ରଭୁ ହନୁମାନଙ୍କୁ ଶକ୍ତିର ଆବଶ୍ୟକତା ହୋଇଥାଏ, ସେ ରାମ ନାମ ଜପ କରନ୍ତି । ସେହିପରି କାଉଡିଆ ମାନେ ଥକି ପଡିଲେ ଓ ଅନ୍ୟ କାଉଡିଆଙ୍କୁ ଥକ୍କା ନଲାଗିବା ପାଇଁ ବୋଲ୍‌ ବମ୍‌ କହି ଥାଆନ୍ତି।

Leave a Reply

Your email address will not be published. Required fields are marked *