Rahul gandhi : ପୁଣି ବିବାଦରେ ରାହୁଲ ଗାନ୍ଧୀ।ଭାଷା ଠାରୁ ଭାଷା, ଅଞ୍ଚଳରୁ ଅଞ୍ଚଳ ଏବଂ ଧର୍ମରୁ ଧର୍ମକୁ ଭେଦଭାବ ବିଷୟରେ କହିବା ରାହୁଲ ଗାନ୍ଧୀଙ୍କ ବିଭେଦକାରୀ ଚିନ୍ତାଧାରାକୁ ଦର୍ଶାଉଛି।ଦେଶରୁ ସଂରକ୍ଷଣ ସମାପ୍ତି ବିଷୟରେ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ଦେଶ ସାମ୍ନାକୁ ଆଣିଛନ୍ତି।ସୂଚନା ଅନୁଯାୟୀ ମଙ୍ଗଳବାର ପ୍ରବାସୀ ଭାରତୀୟଙ୍କୁ ଭେଟି ରାହୁଲ କହିଥିଲେଯେ, ଜଣେ ଶିଖକୁ ଭାରତରେ ପଗଡି ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ ? ଜଣେ ଶିଖକୁ ଭାରତରରେ କଡା ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ ? ଜଣେ ଶିଖ ହିସାବରେ ଗୁରୁଦ୍ବାରା ଯାଇ ପାରିବ କି ନାହିଁ? ଏହାକୁ ନେଇ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ଲଢେଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ତେବେ ରାହୁଲଙ୍କ ଆମେରିକା ଗସ୍ତ ଭିତରେ ଏବେ ଆମେରିକାର ବିବାଦୀୟ ସାଂସଦ ଇଲହାନ ଓମାରଙ୍କୁ ଭେଟିବା ଏବେ ଆଉ ଏକ ନୂଆ ବିବାଦ ସୃଷ୍ଟି କରିଛି । ଗସ୍ତର ତୃତୀୟ ଦିନରେ ଇଲହାନ ଓମାରଙ୍କୁ ରାହୁଲ ଭେଟିଛନ୍ତି ଯିଏକି ସବୁବେଳେ ଭାରତ ବିରୋଧରେ ବିଷ ଉଗାଳିଥାନ୍ତି । ତେବେ ଏହି ଘଟଣାକୁ ସହଜରେ ହଜମ କରିପାରିନି ବିଜେପି। ରାହୁଲଙ୍କୁ ଭାରତ ବିରୋଧୀ ବନ୍ଧୁ କହି ଦଳ ସମାଲୋଚନା କରିବା ସହ ପ୍ରଶ୍ନ ଉଠାଇଛି । ଏଥିସହ ବିଜେପି କହିଛି ରାହୁଲ ଯେବେ ବିଦେଶ ଯାଆନ୍ତି ଭାରତ ବିରୋଧୀ ବୟାନ ଦିଅନ୍ତି ଓ ଭାରତର ଶତ୍ରୁଙ୍କୁ ଭେଟି ଦେଶର ସମ୍ମାନକୁ ଆଘାତ ଦେଇଥାନ୍ତି।
ଇଲହାନା ଜଣେ ଭାରତ ବିରୋଧ ଓ ତାଙ୍କ ସହ ରାହୁଲ ଭେଟିବା ନିନ୍ଦନୀୟ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିଜେପିର ଅଭିଯୋଗ ଉପରେ କଂଗ୍ରେସର ବରିଷ୍ଠ ନେତା ପୱନଖେରା ଜବାବ ରଖୁଛନ୍ତି । ଓମାର ହେଉଛନ୍ତି ସୋମାଲି ଆମେରୀକୀୟ, କାନାଡା ନାଗରିକ ଓ ଖଲିସ୍ତାନୀ ସମର୍ଥକ।
କେବଳ ବିରୋଧୀ ନୁହନ୍ତି ସାଧାରଣ ଲୋକ ମଧ୍ୟ ରାହୁଲଙ୍କ ଏହି ବୟାନକୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରୁଛନ୍ତି। ଅନ୍ୟପଟେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାହୁଲଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ,ରାଷ୍ଟ୍ର ବିରୋଧୀ କଥାବାର୍ତ୍ତା କରିବା ଏବଂ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ସହିତ ଛିଡ଼ା ହେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାର୍ଟି ପାଇଁ ଏକ ଅଭ୍ୟାସ ହୋଇଗଲାଣି । ଦେଶରୁ ସଂରକ୍ଷଣ ସମାପ୍ତି ବିଷୟରେ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ଦେଶ ସାମ୍ନାକୁ ଆଣିଛନ୍ତି । ମନରେ ଥିବା ଚିନ୍ତାଧାରା କିଛି ନା କିଛି ଅନ୍ୟ ଉପାୟ ମାଧ୍ୟମରେ ବାହାରିଥାଏ ବୋଲି କହି କଟାକ୍ଷ କରିଛନ୍ତି ସାହ।
ରାହୁଲ ଗାନ୍ଧିଙ୍କ ବିବୃତ୍ତିକୁ ନେଇ ବୁଧବାର ସୋନିଆ ଗାନ୍ଧୀଙ୍କ ଦିଲ୍ଲୀର ବାସଭବନ ବାହାରେ ଭାଜାପା ସମର୍ଥିତ ଶିଖ ପ୍ରକୋଷ୍ଠ ବିରୋଧ ପ୍ରଦର୍ଶନ କରିଥିଲେ।ସେହି ସମୟରେ ଭାଜାପା ନେତା ତରବିନ୍ଦର୍ ସିଂ ରାହୁଲଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆସିଛି। ତେଣୁ ତରବିନ୍ଦର୍ ସିଂ ମାରୱାଙ୍କ ବିରୋଧରେ କଂଗ୍ରେସ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛି।