ଧ୍ବଂସ ହୋଇଯିବ କି ପୃଥିବୀ ?

ସତ ହେବକି ଭବିଷ୍ୟବାଣୀ ? ଆରମ୍ଭ ହେବକି ତୃତୀୟ ବିଶ୍ୱଯୁଦ୍ଧ ? ଧ୍ବଂସ ହେଇଯିବ କି ପୃଥିବୀ ? ବର୍ତ୍ତମାନ ଏଭଳି କିଛି ଚର୍ଚ୍ଚା ସାମ୍ନାକୁ ଆସିଛି। ପୂର୍ବରୁ ଭାରତୀୟ ଜ୍ୟୋତିର୍ବିଦ କୁଶଳ କୁମାର କରିଥିବା ଭବିଷ୍ୟବାଣୀ ବର୍ତ୍ତମାନ ସତ ହୋଇଥିବା କୁହାଯାଉଛି। ଆଉ ଏବେ ଏହାକୁ ଇନ୍ଧନ ଯୋଗାଇଛି ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇ ଯାଇଥିବା ଆକ୍ରମଣ। କାରଣ ପୂର୍ବରୁ ଅଗଷ୍ଟ ୪ କିମ୍ବା ୫ରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି କୁଶଳ କୁମାର ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ତାଙ୍କ କଥା ସତ ହେବା ଭଳି ସ୍ଥିତିରେ ଅଛି। କାରଣ ଅଗଷ୍ଟ ୩ ତାରିଖ ରାତିରୁ ହିଁ ଇସ୍ରାଏଲ ଉପରେ ଇରାନ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଦେଇଛି। କେବଳ ଇରାନ ନୁହେଁ, ଲେବାନନ ସହ ମଧ୍ୟପ୍ରାଚ୍ୟରେ ଥିବା ଅନ୍ୟ କେତକ ରାଷ୍ଟ୍ର ସମର୍ଥିତ ସଂଗଠନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଏବେ ସାମାରିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି।

ଏହି ଆକ୍ରମଣ ର ମୁଖ୍ୟ କାରଣ ହେଉଛି, ଲେବାନନର ହିଜବୁଲ ଏବଂ ପାଲେଷ୍ଟାଇନ ସମର୍ଥିତ ହମାସ ସଂଗଠନର ସର୍ବୋଚ୍ଚ ନେତାଙ୍କୁ ହତ୍ୟା କରାଯିବା। ହିଜବୁଲ ସର୍ବଚ୍ଚୋ ନେତାଙ୍କୁ ହତ୍ୟା କରିଥିବା ନେଇ ଇସ୍ରାଏଲ ଦାବି କରିବା ପରେ ଏହି ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ସେହିପରି ଇରାନ ର ରାଜଧାନୀ ତେହରନରେ ହମାସର ସର୍ବୋଚ୍ଚ ନେତାଙ୍କୁ ହତ୍ୟା କରାଯିବା ପରେ ଏବେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ଇରାନ। କେବଳ ବିଶ୍ୱଯୁଦ୍ଧ ନୁହେଁ, ବରଂ ପୂର୍ବରୁ ଇସ୍ରାଏଲ-ହାମାସ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ନେଇ ମଧ୍ୟ ପୂର୍ବାନୁମାନ କରିଥିଲେ କୁଶଳ କୁମାର। ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ତାରିଖ ବିଷୟରେ କୁଶଳ କୁମାର ଏକାଧିକ ଭବିଷ୍ୟବାଣୀ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେଗୁଡ଼ିକ ମଧ୍ୟରୁ କୌଣସିଟି ସତ ହୋଇନଥିଲା।

ଏହାପୂର୍ବରୁ ସେ ଘୋଷଣା କରିଥିଲେ ଯେ, ୧୮ ଜୁନ୍ ୨୦୨୪ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ, କିନ୍ତୁ ଏହି ତାରିଖରେ ସେପରି କୌଣସି ଘଟଣା ଘଟିନଥିଲା । ଏହା ପରେ ସେ ଆଉ ଏକ ନୂତନ ତାରିଖ ଘୋଷଣା କରି ଭବିଷ୍ୟବାଣୀ କରିଥିଲେ ଯେ, ଜୁଲାଇ ୨୬ କିମ୍ବା ଜୁଲାଇ ୨୮ରେ ବିଶ୍ୱଯୁଦ୍ଧ ଆରମ୍ଭ ହେବ, କିନ୍ତୁ ପୁନର୍ବାର ଭଳି ତାଙ୍କର ଭବିଷ୍ୟବାଣୀ ମଧ୍ୟ ଭୁଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ଭବିଷ୍ୟବାଣୀ ସତ ହେଉଛି କି ନା ତା ଉପରେ ଏବେ ସମସ୍ତବିଶ୍ୱବାସୀଙ୍କ ନଜର ରହିଛି । ସୂଚନା ଅନୁସାରେ କୁଶଳ କୁମାର ହରିୟାଣାର ପଞ୍ଚକୁଲାର ଜଣେ ବୈଦିକ ଜ୍ୟୋତିଷ ଲେଖକ। ସେ ଅର୍ଥନୀତି, ପାଣିପାଗ, ବ୍ୟବସାୟ, ରାଜନୀତି ଏବଂ ବିଶ୍ୱ ବ୍ୟାପାର ଭଳି ବିଭିନ୍ନ କ୍ଷେତ୍ର ଉପରେ ଅନୁଧ୍ୟାନ କରି ଭବିଷ୍ୟବାଣୀ କରିଥାନ୍ତି।

Leave a Reply

Your email address will not be published. Required fields are marked *