ବଦଳି ଯିବକି ଝିଅଙ୍କ ଆଇନଗତ ବିବାହ ବୟସ ?

ଇରାକ: ସାଧାରଣତଃ ଝିଅମାନଙ୍କ ବିବାହ ପାଇଁ ଆଇନଗତ ବୟସ ୧୮ହୋଇଥାଏ । ବର୍ତ୍ତମାନ ଏହି ବୟସକୁ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରିବାକୁ ସରକାର ଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି। ସଂସଦରେ ଏହି ବିଲ୍ ଆଗତ ହେବା ପରେ ବ୍ୟାପକ ଉତ୍ତେଜେନା ଦେଖାଯିବା ସହ କିଛି ସଂଗଠନ ଏବଂ ମହିଳାମାନେ ଏହାକୁ ଜୋରଦାର ବିରୋଧ କରିଛନ୍ତି।ସୂଚନା ଅନୁସାରେ, ଇରାକ ସଂସଦରେ ମହିଳାମାନଙ୍କ ବାହାଘର ପାଇଁ ଆଇନଗତ ବୟସ ୧୮ ପରିବର୍ତ୍ତେ ୯ ରଖିବାକୁ ଇରାକ ନ୍ୟାୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଯଦି ଇରାକ ସଂସଦ ରେ ଏହି ବିଲ୍ ପାରିତ ହୁଏ ତେବେ ସେଠାରେ ୯ ବର୍ଷର ଝିଅ ସହିତ ୧୫ ବର୍ଷର ପୁଅ ସେଠାରେ ବିବାହ କରିପାରିବେ। ଏମିତି ଯଦି ସେଠାରେ ହୁଏ ତେବେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ ବୋଲି ଏବେ ଠାରୁ ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି। ତେଣୁ ପ୍ରସ୍ତାବିତ ଏହି ବିଲକୁ ଇରାକର ମହିଳା ଗୋଷ୍ଠୀ, ମାନବ ଅଧିକାର ସଂଗଠନ ଏବଂ ସମାଜିକ କାର୍ଯ୍ୟକର୍ତ୍ତାମାନେ ତୀବ୍ର ବିରୋଧ କରିଛନ୍ତି। ଏପରି ହେବାଦ୍ବାରା ଦେଶରେ ବୃଦ୍ଧି ହେଉଥିବା ନାରୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ଏହାର କୁପ୍ରଭାବ ପଡ଼ିବ। କମ ବୟସରୁ ଝିଅ ମାନେ ବାହା ହେବା ଦ୍ୱାରା ଡ୍ରପଆଉଟ୍ ହାର ବୃଦ୍ଧି ପାଇବ ଏବଂ କମ୍ ବୟସରେ ଗର୍ଭଧାରଣ ଏବଂ ଘରୋଇ ହିଂସା ଆହୁରି ବଢିଯିବ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *