ନିର୍ବାଚନରେ ହାରିଯିବେ କି ଟ୍ରମ୍ପ ?

ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଏବେଠାରୁ ବଢ଼ୁଛି କମଲା ହାରିସଙ୍କ ସମର୍ଥନ। ଦିନକୁ ଦିନ ତାଙ୍କର ସମର୍ଥକଙ୍କ ସଂଖ୍ୟା ବଢ଼ିବାରେ ଚାଲିଛି। ସେପଟେ ବହୁପଛରେ ପଡିଯାଇଛନ୍ତି ତାଙ୍କର ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପ। ଚଳିତଥର ବାଇଡେନ୍‌ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଘୋଷଣା କରିବା ସହ କମଲାହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ସେହିପରି ପୂର୍ବତନ ହାଉସ ସ୍ପିକର ନାନ୍ସି ପେଲୋସି ମଧ୍ୟ ହାରିସଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଯେଉଁଠାରେ ଡୋମୋକ୍ରାଟମାନେ ବାଇଡେନଙ୍କୁ ଚାନ୍ଦା ଦେବାକୁ ମନା କରୁଥିଲେ ଏବେ କିନ୍ତୁ ହାରିସରଙ୍କ ପ୍ରଚାର ପାଇଁ ସେମାନେ ଆଗେଇ ଆସିଛନ୍ତି। ଆମେରିକାର ହଜାର ହଜାର ଅଣଶ୍ୱେତାଙ୍ଗ ମହିଳାମାନେ ଅନ୍‌ଲାଇନରେ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହାରିସ୍‌ଙ୍କୁ ସେମାନଙ୍କର ପୂର୍ଣ୍ଣ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି।ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ବନାମ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଯାଉଥିବା ପ୍ରତିଯୋଗିତା ମଧ୍ୟରେ ଆମେରିକାର ସର୍ଭେ ଏଜେନ୍ସିମାନେ ନିର୍ବାଚନ ଫଳାଫଳକୁ ନେଇ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ନିର୍ବାଚନ ସର୍ଭେରେ ବର୍ତ୍ତମାନ ପର୍ଯ୍ୟନ୍ତ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନ୍‌ଙ୍କ ଠାରୁ ବହୁ ମାତ୍ରାରେ ଆଗରେ ଥିଲେ। ଏବେ କିନ୍ତୁ କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଟ୍ରମ୍ପ ତାଙ୍କ ଠାରୁ ପଛରେ ପଡି ଯାଇଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ ଟ୍ରମ୍ପଙ୍କ ପ୍ରତି ସମର୍ଥନ ୪୪% ପ୍ରତିଶତ ରୁ ଏବେ ୪୨% ପ୍ରତିଶତକୁ ଖସି ଆସିଛି। ଯଦି ଏହା ଅବ୍ୟାହତ ରୁହେ ତେବେ ଏହା ଟ୍ରମ୍ପଙ୍କ ପାଇଁ ଆଗକୁ ଆହୁରି ଅସୁବିଧା ସୃଷ୍ଟି କରିପାରେ।

Leave a Reply

Your email address will not be published. Required fields are marked *