ଶାରୀରିକ ସମ୍ପର୍କ ରଖିଲେ ମହିଳାଙ୍କୁ ହୋଇଥାଏ ଏହି ରୋଗ…

ଭୁବନେଶ୍ୱର ୨୮/୦୭ :- ଆଜିକାଲି ଅଧିକାଂଶ ମହିଳାମାନେ ପେଟ ଦରଜ ହେବା ଯନ୍ତ୍ରଣା ଭୋଗୁଛନ୍ତି, ସାଧାରଣତଃ ଦେଖିବାକୁ ଗଲେ ୨୦ ବର୍ଷରୁ ୪୫ ବର୍ଷର ମହିଳାମାନେ ଏହି ସମସ୍ୟାର ବେଶୀ ସମ୍ମୁଖୀନ ହେଉଛନ୍ତି l ପିରିୟଡ଼ ବା ଋତୁସ୍ରାବ ସମୟରେ ହେଉ, ଅଥବା ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହିବା କାରଣରୁ ହେଉ, ଏହି ସମସ୍ୟା ବଢ଼ି ଯାଇଥାଏ। ଯଦି ପେଟ ଦରଜ ସମସ୍ୟା ୬ ମାସରୁ ଅଧିକ ସମୟ ରହିଥାଏ ତେବେ ଏହା ‘ପବ୍ଲିକ୍‌ କଞ୍ଜସନ୍‌ ସିଷ୍ଟମ୍‌’ (ପିସିଏସ୍‌) କାରଣରୁ ହିଁ ହୋଇଥାଏ। ଦେଶର ପ୍ରତି ୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ, କୌଣସି ନା କୌଣସି ସମୟରେ ଏହି ସମସ୍ୟାରେ ପଡ଼ିଥାନ୍ତି।

         “ଯେଉଁ ମହିଳାମାନେ ମାଆ ହୋଇ ସାରିଛନ୍ତି ଓ ଯୁବାବସ୍ଥାରେ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। କାରଣ ଏହି ବୟସର ମହିଳାମାନେ ସମସ୍ୟାକୁ ଗୁରୁତ୍ଵର ସହ ନେଇ ନଥାନ୍ତି ଓ ଏହା ଅଧିକ ବଢ଼ିଯାଇଥାଏ। ପିସିଏସ୍‌ର କୌଣସି ସ୍ପଷ୍ଟ କାରଣ ନାହିଁ। ହର୍‌ମୋନ୍‌ ଅସନ୍ତୁଳନ ଯୋଗୁ ମଧ୍ୟ ଏହି ସମସ୍ୟାରେ ପଡ଼ି ପାରନ୍ତି। ଏଥିରେ ପ୍ରଭାବିତ ହେଉଥିବା ଅଧିକାଂଶ ମହିଳା ୨୦ରୁ ୪୫ ବର୍ଷର ହୋଇଥାନ୍ତି।”

ପେଟର ନିମ୍ନ ଭାଗରେ ପବନ ଅଟକିବା, ଗୁପ୍ତାଙ୍ଗରେ ଚାପ, ଶାରୀରିକ ସମ୍ପର୍କ, ପରିସ୍ରା ଅଥବା ମଳତ୍ୟାଗ ସମସ୍ୟ, ଅଧିକ ସମୟ ବସିବା କିମ୍ବା ଛିଡ଼ା ହେବା ଯୋଗୁ ଏହି ସମସ୍ୟା ଦେଖାଦେଇପାରେ।

Leave a Reply

Your email address will not be published. Required fields are marked *