ପାକିସ୍ତାନକୁ ଘାଇଲା କଲେ ଭାରତୀୟ ବୋଲର୍

ନୂଆଦିଲ୍ଲୀ : ଟି-୨୦ ମହିଳା ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତର ପରାଜୟ ପରେ ଏବେ କମ ବ୍ୟାକ କରିଛି ଦଳ । ଆଜି ପାକିସ୍ତାନ ସହିତ ଖେଳାଯାଇଥିବା ମ୍ୟାଚରେ କମାଲ୍ ଦେଖାଇଛନ୍ତି ଭାରତୀୟ ବୋଲର। ୧୦୫ ରନରେ ପାକିସ୍ତାନକୁ ଅଟକାଇବାରେ ସଫଳ ହୋଇଛି ଭାରତ । ଫଳରେ ଭାରତ ଆଗରେ ୧୦୬ ରନର ବିଜୟ ଲକ୍ଷ୍ୟ ରହିଛି। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଛି ପାକିସ୍ତାନ। ଦଳ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ସର୍ବାଧିକ ତିନି ୱିକେଟ ନେଇ ଥିବାବେଳେ ଶ୍ରେୟଙ୍କା ପାଟିଲ ଦୁଇ, ରେଣୁକା ଠାକୁର, ଦୀପ୍ତି ଶର୍ମା ଏବଂ ଆଶା ଶୋଭନା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Leave a Reply

Your email address will not be published. Required fields are marked *