ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କଲେ ହେବ ମୃତ୍ୟୁ :ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

  ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବାର ଅଭ୍ୟାସ୍ କାରଣରୁ ପ୍ରତି ବର୍ଷ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟୁଛି । ଏହାର ଖୁଲାସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) । ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଛି।

ହୁ ଅନୁସାରେ, ୨୦୧୬ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ଲୋକଙ୍କ ମଧ୍ୟରୁ ୭,୪୫,୦୦୦ ଜଣଙ୍କ ହୃଦଘାତରେ ପ୍ରାଣହାନୀ ଘଟିଛି । ୨୦୦୦ ମସିହା ତୂଳନାରେ ୨୦୧୬ରେ ଏହି ମାମଲା ୩୦ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି । ହୁର ପରିବେଶ, ଜଳବାୟୁ ପରିବର୍ତନ ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନୀରା କହିଛନ୍ତି, ପ୍ରତି ସପ୍ତାହରେ ୫୫ ଘଂଟା କିମ୍ବା ସେଥିରୁ ଅଧିକ ସମୟ କାମ କରିବା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ । ଶ୍ରମିକଙ୍କୁ ଅଧିକ ସୁରକ୍ଷା ଦେବା ଏବଂ ସେମାନଙ୍କୁ ସଜାଗ କରିବା ପାଇଁ ଏହା ଉପରେ ଅଧ୍ୟୟନ କରାଯାଇଛି।

ହୁ ଓ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଅଧ୍ୟୟନରୁ ଜଣା ପଡିଛି ଯେ, ଅଧିକାଂଶ ପୀଡିତଙ୍କ ମଧ୍ୟରୁ ୭୨ ପ୍ରତିଶତ ପୁରୁଷ ଅଛନ୍ତି । ସେମାନଙ୍କ ବୟସ ମଧ୍ୟମ ଆୟୁ କିମ୍ବା ସେଥିରୁ ଅଧିକ ରହିଛି । ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଛି ଯେ, ଏମିତି ଲୋକଙ୍କ ମୃତ୍ୟୁ ୧୦ ବର୍ଷ ଭିତରେ ଘଟିଛି।
ଏହି ଅଧ୍ୟୟନ ୧୯୪ ଦେଶର ତଥ୍ୟ ଉପରେ ଆଧାରିତ । ଏଥିରୁ ଜଣା ପଡିଛି ଯେ, ସପ୍ତାହରେ ୫୫ ଘଂଟା କିମ୍ବା ସେଥିରୁ ଅଧିକ ସମୟ କାମ କରୁଥିବା ଲୋକଙ୍କୁ ହୃଦଘାତ ହେବାର ବିପଦ ୩୫ ପ୍ରତିଶତ ଅଧିକ ରହିଥାଏ । ୩୫ ରୁ ୪୦ ଘଂଟା କାମ କରୁଥିବା ଲୋକଙ୍କୁ ହୃଦଘାତ ହେବାର ବିପଦ ୧୭ ପ୍ରତିଶତ ରହିଥାଏ । ଏହି ଅଧ୍ୟୟନ ୨୦୦୦ରୁ ୨୦୧୬ ମଧ୍ୟରେ କରାଯାଇଥିବା ହୁ କହିଛି।

Leave a Reply

Your email address will not be published. Required fields are marked *